ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା

add-all

କୋରାପୁଟ: ପୁଣି ଅସୁସ୍ଥ ହୋଇପଡିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।ଦୁର୍ବଳତା ସାଙ୍ଗକୁ ଅଣ୍ଟା ବ୍ୟଥା ହେଉଥିବାରୁ ଠିକ୍‌ ରୂପେ ଚାଲିବୁଲି ପାରୁନାହାନ୍ତି କମଳା।ଅଣ୍ଟା ବ୍ୟଥା ସହ ଉଚ୍ଚ ରକ୍ତଚାପ ରହିଥିବା ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ବତନ୍ତ୍ର କେବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି।

ଗତକାଲି ଠାରୁ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ରକ୍ତଚାପ ମଧ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି। ଏହି କାରଣ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରି ନଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଥିଲା। କିନ୍ତୁ ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ।

ad-week
Leave A Reply

Your email address will not be published.