ବେଆଇନ ଲୋନ ଆପ୍‌ ମାମଲା: ଅଭିଯୁକ୍ତ ନୀତିନ ମଲ୍ଲିକକୁ ଓଡ଼ିଶାରୁ ମୁମ୍ବାଇ ନେଲା ପୋଲିସ

add-all

ଭୁବନେଶ୍ବର: ବେଆଇନ ଲୋନ ଆପ୍‌ ମାମଲାରେ ଓଡ଼ିଶାରୁ ଗିରଫ ଅଭିଯୁକ୍ତକୁ ନେଲା ମୁମ୍ବାଇ ପୋଲିସ। ବେଆଇନ ଡିଜିଟାଲ ଲେଣ୍ଡିଂ ଲୋନ ଆପ ମାମଲାରେ ନୀତିନ ମଲ୍ଲିକଙ୍କୁ ଗିରଫ କରିଥିବା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ମୁମ୍ବାଇର ଗିରଗାଓଁର ଆସିଷ୍ଟାଣ୍ଟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ୱାରେଣ୍ଟ ବଳରେ ଭିପିରୋଡ ପୋଲିସ ନୀତିନକୁ ରିମାଣ୍ଡରେ ନେଇଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ।

ସେହିପରି ମଡମେଟ ଟେକ୍‌ନୋଲୋଜି ପ୍ରାଇଭେଟ ଲିମିଟେଡ ଓ ୟେଲୋ ଟ୍ୟୁନ ଟେକ୍‌ନୋଲୋଜି ପ୍ରାଇଭେଟ ଲିମିଟେଡର ୨ ନିର୍ଦ୍ଦେଶକ ସୁଶାନ୍ତ ଓ ରକ୍ଷିତଙ୍କୁ ଗିରଫ କରିଥିଲା EOW। ସେମାନଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇଛି ମୁମ୍ବାଇ ବାନ୍ଦ୍ରା ବିକେସିର ୱେଷ୍ଟ ରିଜିଅନ ସାଇବର ପୋଲିସ ଷ୍ଟେସନ। ବେଆଇନ ଲୋନ ଆପ୍‌ ମାଧ୍ୟମରେ ଠକେଇ ନେଇ ଏହି ତିନି ଅଭିଯୁକ୍ତ ନାଁରେ ଦେଶର ବିଭିନ୍ନ ସ୍ଥାନରେ ମାମଲା ରହିଛି।

ad-week
Leave A Reply

Your email address will not be published.