ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ପ୍ରଦାନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କ ନିର୍ଦେଶ କ୍ରମେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କଅଧ୍ୟକ୍ଷତା ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁତିମେଣ୍ଡି ପଞ୍ଚାୟତର ସରପଞ୍ଚ ଦମୟନ୍ତି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସଂମାନିତ ଅତିଥି ଭାବେ ସ୍କୁଲର ସଭାପତି ଚତୁର୍ଭୁଜ ମଲ୍ଲିକ , ପିତାମ୍ବର କହଁର ଯୋଗ ଦେଇପୋଷାକ ପ୍ରଦାନ କରି ଥିଲେ l
ସେହିପରି ଏହି ଅବସରରେ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲର ସନ୍ଧ୍ୟାରିଣୀ ମହାପାତ୍ର , ବୈଦ୍ୟନାଥ ପାଟ ଯୋଶୀ , ରୋହିତ କୁମାରବେହେରା, ସୁକାନ୍ତ କୁମାର ସାହୁ , ଋତୁପୂର୍ଣା ରଥ ,ସ୍ନିଗ୍ଧା ରାଣୀ ବେହେରା , ସ୍ୱାତିତନ୍ମୟା ପଣ୍ଡା , ଯୋଗଦେଇ ପୋଷାକ ବିତରଣରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନେ ପୋଷାକ ପାଇବା ପରେ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.