ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

youtube

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ନଟରାଜ କଳା ମନ୍ଦିର ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ବିଜ୍ଞ୍ୟାନି ଡ଼ଃ ସୁବ୍ରତ କୁମାର ବେହେରା ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବରେ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଅରବିନ୍ଦ ଶିକ୍ଷାକେନ୍ଦ୍ର ଫୁଲବାଣୀର ଅଧକ୍ଷ ବନାନୀ ରାଣୀ ପଟ୍ଟନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କର ରଞ୍ଜିତ କୁମାର ବେହେରା, ଫାର୍ମାସିଷ୍ଟ, ବାସୁଦେବ ଜେନା, ନଟରାଜ କଳା ମନ୍ଦିର ଫୁଲବାଣୀର ମୁଖ୍ୟ ଗୁରୁ ବିନୋଦ ଚନ୍ଦ୍ର ସାହୁ, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ,ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ ।ଏହି ଦିବସରେ ଏକ କୁଇଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମ କବିତା କାଶୀସ ପ୍ରିୟଦର୍ଶିନୀ, ଦ୍ୱିତୀୟ ଶ୍ରୀବଳୀ ବେହେରା,ଏବଂ ତୃତୀୟ କ୍ରିଷ୍ଣା ସେନାପତି ହୋଇ ଥିଲେ ,ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି,ପ୍ରମାଣ ପତ୍ର ଦେଇ ପୁରସ୍କୃତମୁଖ୍ୟ ଅତିଥି ମାନଙ୍କ ଦ୍ଵାରା କରାଯାଇ ଥିଲା । ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ନଟରାଜ କଳା ମନ୍ଦିର ଫୁଲବାଣୀର ମୁଖ୍ୟ ବିନୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।

Leave A Reply

Your email address will not be published.