ବିଜେପିର ହାତ ଛାଡିଲା ଜେଡିୟୁ

add-all

ପାଟନା: ବିଜେପିର ହାତ ଛାଡିଲା ଜେଡିୟୁ। ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। ଯେକୌଣସି ସମୟରେ ବି ବିଜେପି ସହିତ ଜେଡିୟୁ ମେଣ୍ଟ ଭାଙ୍ଗିବା ଘୋଷଣ ହେବ ବୋଲି କୁହାଯାଉଥିଲା। ଏହାରି ଭିତରେ ବିଜେପି ଓ ଜେଡିୟୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି। ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି ସହ ନିଜର ମେଣ୍ଟ ଭଙ୍ଗ କରିଛି। ନୀତୀଶ କୁମାର ଏବେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ।
ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ ଆର୍‌ଜେଡି ସହ ହାତ ମିଳାଇପାରନ୍ତି। କଂଗ୍ରେସ ଓ ଆର୍‌ଜେଡି ସହ ମିଶି ନୀତୀଶ ମହାମେଣ୍ଟ୨.୦ ପାଇଁ ପ୍ରସ୍ତୁତ ହେବେ ବୋଲି ଏକ ସୂତ୍ରରୁ ଜଣାପଡିଛି। ଆଜି ଅପରାହ୍ଣ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ କରିବା ନେଇ ଦାବି ରଖିବେ। ସେପଟେ କଂଗ୍ରେସ ଓ ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି।
ଗତ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ଟି ଆସନ ମିଳିଥିବା ବେଳେ ବିଜେପିକୁ ୭୭ଟି ଆସନ ମିଳିଥିଲା। କମ୍ ଆସନ ଜିତିଥିଲେ ବି ବିଜେପି ତରଫରୁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ ପାଇଥିଲା। ସେପଟେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା। ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା।

ad-week
Leave A Reply

Your email address will not be published.