ଲଗାଣ ବର୍ଷାରେ କାନ୍ଥ ପଡ଼ି ନଅ ବର୍ଷର ବାଳକର ଅକାଳ ମୃତ୍ୟୁ…

add-all


ଉମରକୋଟ: ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେବା ଦେଖିବାକୁ ମିଳୁଛି, ଏହି ଲଘୁଚାପ ଜନିତ ବର୍ଷାରେ ନବରଂପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡ଼ା ପଞ୍ଚାୟତ କୁବୁଡ଼ାଡିହି ଗ୍ରାମର ସ୍ବର୍ଗତ ପଳାରାମ ଗଣ୍ଡଙ୍କ ପୁଅ ଆକାଶ ଗଣ୍ଡ ଯାହାର ବୟସ ନଅ ବର୍ଷ ସେ ଆଜି ଦିନ ପ୍ରାୟ ଏଗାରଟା ସମୟରେ ନିଜ ଘରର କାନ୍ଥ ପାଖ ଦେଇ ଅନ୍ୟ ଏକ ଘରକୁ ଯିବା ସମୟରେ ହଟାତ ଘରର କାନ୍ଥ ଭୂଷଡ଼ି ପଡ଼ି ତା ଉପରେ ପଡ଼ି ଯାଇଥିଲା ଯାହାକି ଆକାଶ ଗଣ୍ଡ କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ହୋଇଯାଇଛି , ଉଲ୍ଲେଖ ଥାଉ କି ସ୍ବର୍ଗୀୟ ପଳାରାମ ଗଣ୍ଡ ପ୍ରାୟ ନଅ ଦଶ ବର୍ଷ ହେଲା ମୃତ୍ୟୁ

ହୋଇଯାଇଛି ଯାହାକି ତାଙ୍କର ବିଧବା ସ୍ତ୍ରୀ ବାଲମତି ଗଣ୍ଡ ବହୁ କଷ୍ଟରେ ତିନି ଭାଇ ଭଉଣୀକୁ ଲାଳନ ପାଳନ କରୁଥିଲେ, ସେମାନଙ୍କ ମଧ୍ୟରୁ ଆକାଶ ଗଣ୍ଡ ସବୁଠୁ ସାନ ଥିଲା, ପୁଅର ଏହିଭଳି ଅକାଳ ମୃତ୍ୟୁରେ ଜ୍ଞାନ ହରାଇ ମା ଅଚେତ ଅବସ୍ଥାରେ ପଡ଼ି ରହିଲେ ଏହି ମର୍ମାହତ ଘଟଣାକୁ ଦେଖି କୁବୁଡ଼ାଡିହି ଗାଁରେ ଶୋକର ଛାୟା ଖେଳି ଯାଇଛି, ଗାଁର ଲୋଖିନାଥ ଗଣ୍ଡ, ଚିରୁଙ୍ଗୁ ଗଣ୍ଡ, ଜୁଲୁ ଗଣ୍ଡ, ରାମକୁମାର ଗଣ୍ଡ, ବଳରାମ ଗଣ୍ଡ ଓ ରାଜକୁମାର ଗଣ୍ଡ ପ୍ରମୁଖ ଦୁଃଖ କରିବା ସହ ସମବେଦନା ଜ୍ଞାପନ କରିବା ସହିତ ପ୍ରଶାସନକୁ ଏହି ଗରିବ ପରିବାର ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି

ad-week
Leave A Reply

Your email address will not be published.