ଧୋଦ୍ରା ଶିବ ମନ୍ଦିର ଠାରେ ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ…

add-all


ଝୋରୀଗାଁ : ଜନ କଲ୍ୟାଣ ଓ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇଁବା ପାଇଁ ଆଜି ଧୋଦ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ଧୋଦ୍ରା ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରୋମ ଅନୁଷ୍ଠିତ ହୋଇଯାଇଛି ,ଏହି ଉତ୍ସବ ରେ ଧୋଦ୍ରା ଫରେଷ୍ଟର ଶ୍ରୀ ଆକୁଳ ବୈରାଗି ,ସରପଞ୍ଚ ଶ୍ରୀ ମହେନ୍ଦ୍ର ଭତ୍ରା,ମଙ୍ଗଳା ମାଝୀ ସହିଦ ଲକ୍ଷ୍ମନ ନାୟକ ହାଇସ୍କୁଲ ତରଫରୁ ବଂଶୀଧର ଭୂୟାଁ ଓ

କେଦାରଶ୍ୱର ପଟନାୟକ ଓ ଧୋଦ୍ରା ବଣିକ ସଂଘର ବୁଦୁରାମ ଗୌଡ଼, ଅରିଫ ଖାନ ପ୍ରମୁଖ ଯୋଗ ଦେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳିତକରି ମହାମାନବତାର ପରିଚୟ ଦେଇ ସମସ୍ତ ଅଞ୍ଚଳ ବାସି ଙ୍କୁ ସଚେତନ କରାଇ ଥିଲେ l ପରିବେଶକୁ ସୁନ୍ଦର ରଖିବାକୁ ହେଲେ ଗଛ ଟିଏ ଲଗାଇବା ନିହାତି ଜରୁରୀ, ଯାହାକି ଆଜି ଜନସାଧାରଣ ଙ୍କୁ ବୃକ୍ଷ ରୋପଣ କରି ସଚେତନ ବାର୍ତା ଦେଇଛନ୍ତି, ଯାହାକୁ ନେଇ ଧୋଦ୍ରା ଅଞ୍ଚଳ ବାସି ସେମାନଙ୍କର ଏହି ମହାମାନବୋତାର କାର୍ଯ୍ୟ କୁ ଭୁରି ଭୁରି ପ୍ରସଂଶା କରିଛନ୍ତି

ad-week
Leave A Reply

Your email address will not be published.