ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷ ରୋପଣ

add-all

ଦାରିଙ୍ଗବାଡ଼ି(୯/୮) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସିମନ୍ ବାଡ଼ି ଉଚ୍ଚ ବିଦ୍ୟାଳୟ ଏବଂ ହିଲଭିଯୁ ପାର୍କ ରେ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟଅତିଥି ଭାବରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରି ଏହାର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ସଭାନେତ୍ରୀ ପୁନମ କଂହର, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଳିକ, ଜିଲ୍ଲା ବିଜୁ ଛାତ୍ର ସଭାପତି ସୁନିଲ ସେଠି , ସମିତି ସଭ୍ୟ ସାଧୁ ନାୟକ, ପୂର୍ବତନ ଲ୍ୟାମ୍ପସେସ୍ ସଭାପତି ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ, ଛାତ୍ର ସଭାପତି ରୂପକ କୁମାର ସାହୁଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକ୍‌ ବିଜୁ ଯୁବ ଛାତ୍ର ଓ ମହିଳା ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.