
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ଘନଶ୍ୟାମ ମାଡକାମିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗ ଦେଇଥିଲୋ । ଏହି ଉପଲକ୍ଷେ ଆଜି ସକାଳେ ଆଦିବାସୀଙ୍କ ପାରମ୍ପରିକ ବେଶଭୁଷା ସହ ମାଲକାନଗିରି ବସଷ୍ଟାଣ୍ଡ ପରିସରରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲ।। ପରେ ପରେ ଏକ ଶୋଭା ଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ଆଦିବାସୀ ସମ୍ପ୍ରଦାୟର ପତାକା ଉତ୍ତୋଳନ କରାଯାଇଥିଲା ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶେଷ ଅତିଥି ଭାବେ ବ୍ରହ୍ମପୁର ଆର୍.ଡି.ସି. ଅତିରିକ୍ତ କମିଶନର ବୀରସେନ ପ୍ରଧାନ ଯୋଗ ଦେଇଥିବା ବେଳେ ଡି.ଆର୍.ଡି.ଏ. ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁୟାଁ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଉପସ୍ଥିତ ଥିଲେ ।