ଏକ କିଲୋମିଟର ଦୀର୍ଘ ଜାତୀୟ ପତାକାରେ ଶୋଭାଯାତ୍ରା

add-all

ବରଗଡ଼: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଂଗଳବାର ବିକାଶ ଗ୍ରୁପ୍ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ ହୋଇଛି। ଏଥିରେ ବିକାଶ ଗ୍ରୁପ୍‌ର ଛାତ୍ରଛାତ୍ରୀ, ଅଭିଭାବକ ଓ ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍‌ର କର୍ମଚାରୀଙ୍କ ସହ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ଏକ କିଲୋମିଟର୍‌ ଦୀର୍ଘ ଏହି ଶୋଭାଯାତ୍ରା ଲେଙ୍ଗୁ ମିଶ୍ର ଛକରୁ ଆରମ୍ଭ ହୋଇ ବରାହଗୁଡ଼ା ଛକ ପର୍ଯ୍ୟନ୍ତ ପହଞ୍ଚିଥିବା ବିକାଶ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌ ଡି.ମୂରଲୀ କ୍ରୀଷ୍ଣା ସୂଚନା ଦେଇଛନ୍ତି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି.ନାଗେଶ୍ବର ରାଓ, ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ନିର୍ଦ୍ଦେଶକ ଡ. ସମରେନ୍ଦ୍ର ପଣ୍ଡାଙ୍କ ସହ ସହରର ବହୁ ଲୋକ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ଆଉ ୫ ଦିନ ପରେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବ। ଏହି ଅମୃତ ସମୟକୁ ସ୍ମରଣୀୟ ରଖିବା ପାଇଁ ସରକାର ଗତ ୧ ବର୍ଷ ହେଲା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ସେହିପରି ସରକାର ‘ହର ଘର ତ୍ରିରଂଗା’ ଅଭିଯାନକୁ ସଫଳ ରୂପ ଦେବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ‘ହର ଘର ତ୍ରିରଂଗା’ କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ମଧ୍ୟ ଯୋଡ଼ି ହୋଇଯାଇଛି।

ad-week
Leave A Reply

Your email address will not be published.