ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

add-all

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ ୧ଟା.୨୦ରୁ ଉକ୍ତ ରାସ୍ତାକୁ ବନ୍ଦ କରାଯାଇଛି। ଏହା ଯୋଗୁଁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ଏବେ ଯାତାୟାତ ବନ୍ଦ ରହିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ପୋଲ ଉପରୁ ପାଣି କମିବା ପରେ ଏହି ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଥିଲା। ହେଲେ ଦିନ ୧ଟା ପରେ ପୁଣି ପାଣି ବଢ଼ିଯିବାରୁ ଏହି ପୋଲ ଉପରେ ପାଣି ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ପାଣି କମି ନଥିବା ଜଣାପଡିଛି। ହାଲେର ଜୋର ଉପରେ ନିର୍ମାଣ ହେଉଥିବା ପୋଲ କାମ ଅଧାପନ୍ତରିଆ ହୋଇଛି। ଯାହା ଫଳରେ ସେଠାରେ ନିର୍ମାଣ କରାଯାଉଥିବା ଆପ୍ରୋଚ ପୋଲ ଉପରେ ପାଣି ଚାଲୁଛି। ଏହାକୁ ମିଶାଇ ଗତ ମାସକ ମଧ୍ୟରେ ୪ ଥର ବର୍ଷା ପାଣି ପ୍ରବାହିତ ହୋଇ ସାରିଲାଣି। ତେବେ ଏନେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ad-week
Leave A Reply

Your email address will not be published.