
ଛତ୍ରପୁର : ଅଙ୍ଗନୱାଡି ୱାର୍କରସ ଙ୍କୁ ଶାସକ ଦଳର ପରିଚାଳିତ ଅଙ୍ଗନବାଡି ସଂଘ ସହ ମିଶିବା ପାଇଁ ବାଧ୍ୟ କରିବା ନଚେତ୍ ନ ମିଶିଲେ ପଂଚାୟତ ସ୍ତରରେ ସରପଂଚ ଓ ଶାସକ ଦଳର ନେତାଙ୍କ ଧମକ, ଆକ୍ରୋସ ମୂଳକ ପଦକ୍ଷେପ କୁ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଗଂଜାମ ଜିଲ୍ଲା କମିଟି ବୈଠକରେ ତୀବ୍ର ନିନ୍ଦା କରାଯାଇଛି । ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ ବହୁ ଦିନର ନ୍ୟାୟ ସଙ୍ଗତ ଦାବି ନେଇ ଏଆଇଟିୟୁସି ପରିଚାଳିତ ସଂଘ ଲଗାତାର ଆନ୍ଦୋଳନ ଫଳରେ ବହୁ ଦାବି ହାସଲ ହୋଇଥିଲେ ମଧ୍ୟ ସର୍ବ ନିମ୍ନ ଦାବି ହାସଲ ନିମନ୍ତେ ସଂଗ୍ରାମ ଜାରି ରହିଛି । ବଜାର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏସଏନପି ଦର ସଂଶୋଧନ ନ କରିବା, ଭତ୍ତା ବୃଦ୍ଧି, ଶତିପ୍ରତିଶତ , ସୁପରଭାଇଜର ପ୍ରୋମୋସନ, ୨୦୧୧ ମସିହା ସଂସଦୀୟ କମିଟିର ସୁପାରିଶ ଯଥା ପ୍ରାଥମିକ ଶିକ୍ଷକ ଓ ଏଏନଏମ ପ୍ରମୋଶନ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ବିଫଳତାର ଘୋଡାଇବା ପାଇଁ ନିଜସ୍ୱ ସଂଗଠନ ଗଢି କର୍ମୀ ମାନଙ୍କୁ ବିଭ୍ରାନ୍ତି କରୁଛନ୍ତି ତେଣୁ ଜିଲ୍ଲାର ଅଙ୍ଗନୱାଡି କର୍ମୀ ଏଥିପ୍ରତି ସର୍ତକ ରହିବାକୁ ଆହ୍ୱାନ ଦିଆଯିବା ସହ ଏହା ବିରୁଦ୍ଧରେ ବ୍ୟାପକ ସଂଗ୍ରାମ କରିବା ନିମନ୍ତେ କୁହାଯାଇଛି ।
ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଜିଲ୍ଲା ସଭାନେତ୍ରୀ ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା ଯୋଗଦେଇ ଆଗାମୀ ବଜେଟ୍ ଅଧିବେଶନ ସମୟରେ ଭତ୍ତାବୃଦ୍ଧି ନ ହେଲେ ବିଧାନ ସଭା ସମ୍ମୁଖରେ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବା ସହ ସଂଘର ରୈାପ୍ୟ ଜୟନ୍ତୀ ସମ୍ମିଳନୀ ଆଗାମୀ ସେପ୍ଟେମ୍ବର ୧୯ ଓ୨୦ ଦୁଇଦିନ ଧରି ବାଲେଶ୍ୱର ଠାରେ ଅନୁଷ୍ଠିତ ହେବ । ଏତି ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ମାସ ସୁଦ୍ଧା ଶେଷ ସହ ସେପ୍ଟେମ୍ବର ୮ତାରିଖ ଜିଲ୍ଲା ସମ୍ମିଳନୀ ଛତ୍ରପୁର ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଜିଲ୍ଲା ସମ୍ପାଦିକା ନର୍ମଦା ନାହାକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଅଙ୍ଗନୱାଡି ସଂଘ ନେତ୍ରୀ ଏସ. ଦମୟନ୍ତୀ ଦୋରା, ମିତା ମିଶ୍ର, ସବିତା ଦେବୀ , ବାସନ୍ତୀ ସାହୁ , ଶର୍ମିଷ୍ଠା ପଟ୍ଟନାୟକ, ପ୍ରତିମା ଦାସ, ତ୍ରିନେଣୀ ନାୟକ, ଲକ୍ଷ୍ମୀ ପ୍ରଧାନ, ପୁଷ୍ପଲତା ବେହେରା, ବନିତା ପ୍ରମୁଖ ବ୍ୟକ୍ତବ୍ୟ ଦେଇ ଆନ୍ଦୋଳନ କୁ ସଫଳ ନିମନ୍ତେ ଆହ୍ୱାନ ଦେଇଥିଲେ ।