ପୋଲ ଉପରେ ୪ ଫୁଟର ବନ୍ୟାଜଳ, ୫୦୦ ଲୋକ ଜଳବନ୍ଦୀ

Independence

ବନ୍ତଳା: ଅନୁଗୁଳ ବ୍ଲକ ସାହାରାଗୁଡା ଗ୍ରାମ ନିକଟରେ ଥିବା ଟାକୁଆ ନାଳ ଉପରେ ସକାଳୁ ଚାଲିଛି ୪ଫୁଟର ବର୍ଷା ଜଳ। ଫଳରେ ଗ୍ରାମର ଲୋକମାନେ ଗାଁ ରୁ ବାହାରି ପାରିନାହାନ୍ତି କି ଅନ୍ୟ ଗ୍ରାମର ଲୋକେ ଏହି ଗ୍ରାମକୁ ଆସିପାରୁନାହାନ୍ତି। ସାରାଦିନ ଆଜି ସାହାରାଗୁଡା ଗ୍ରାମର ଅଧିବାସୀମାନେ ଗାଁରେ ବନ୍ଦୀ ହୋଇରହିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତରେ ରହିଛି ଏହି ସାହାରାଗୁଡା ଗ୍ରାମ।ଗ୍ରାମକୁ ଯିବାକୁ ହେଲେ ଟାକୁଆ ନାଳ ପାରି ହୋଇ ଯିବାକୁ ପଡିଥାଏ। ବର୍ଷା ଋତୁରେ ଲଗାଣ ବର୍ଷା ହେଲେ ଏହି ନାଳରେ ଥିବା ପୋଲ ଉପରେ ୪ରୁ୫ଫୁଟର ବର୍ଷା ଜଳ ପ୍ରବାହିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେଠାରେ ୨୦୦୨ମସିହାରେ ପୋଲ ନିର୍ମାଣ କରାଯାଇଥିଲା। ତେବେ ଉକ୍ତ ଉଚ୍ଚତା କମ ଥିବାରୁ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି।

ବନ୍ତଳା ଅଞ୍ଚଳରେ ଆଜି ସକାଳୁ ଲଗାଣ ବର୍ଷା ଜାରି ରହିଥିବାରୁ ଧୀରେ ଧୀରେ ଟାକୁଆ ନାଳ ଫୁଲିବାରେ ଲାଗିଛି। ଫଳରେ ସାହାରାଗୁଡା ଗ୍ରାମକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଉକ୍ତ ନାଳ ଉପରେ ଏବେ ୪ଫୁଟର ପାଣି ଯାଉଥିବାରୁ ଗ୍ରାମର ଲୋକମାନେ ନିଜର କାର୍ଯ୍ୟ କରିବା ପାଇଁ ଆଜି ବନ୍ତଳା ସହ ଅନୁଗୁଳ ସହରକୁ ଯାଇପାରିନାହାନ୍ତି।ତେବେ ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ମଧ୍ୟ ସେଠାରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ସେଭଳି କିଛି ପ୍ରଶାସନିକ ଭାବରେ ପଦକ୍ଷେପ ନିଆଯାଇନାହିଁ।ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ତେବେ ସେଠାରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ଗ୍ରାମ ସଭାପତି ବିକାଶ ପରିଡା, ମହେଶ୍ୱର ପରିଡ଼ା, ଦୁଆରି ରାଉତ, ନିର୍ମଳ ପରିଡା, ପ୍ରକାଶ ପରିଡା, ବାପୁନ ପରିଡା, ବୁଦ୍ଧିମନ୍ତ ଦାସ, କୈଳାସ ପରିଡା, ଦାସରଥୀ ସାହୁ, ଭୁତିରାଣୀ ପରିଡା, ୱାର୍ଡସଭ୍ୟ ରଶ୍ମିତା ପରିଡା ପ୍ରମୁଖ ଦାବି କରିଛନ୍ତି।

ad-week
Leave A Reply

Your email address will not be published.