ପୁରୀ ବେଳାଭୂମୀରେ ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ, ଜଣେ ଯୁବତୀଙ୍କ ମୃତ୍ୟୁ

add-all

ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ। ସେମାନଙ୍କୁ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସକାଳୁ ଦିଗବାରେଣି ଖଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପାଞ୍ଚ ଜଣ ସାଙ୍ଗଙ୍କ ସହ ଗାଧୋଇବା ବେଳେ ହଠାତ୍‌ ତିନି ଜଣ ଭାସିଯାଇଥିଲେ ।

ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମିନାକ୍ଷୀଙ୍କୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ସମୁଦ୍ରରୁ ଉଦ୍ଧାର କରାଯିବା ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ମୀନାକ୍ଷିଙ୍କର ମୃତ୍ୟୁ ହୋଇଥିବା ସମୁଦ୍ରକୂଳ ଥାନା ଅଧିକାରୀ କହିଛନ୍ତି। ମୃତ ମୀନାକ୍ଷୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। .ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ଦୁଇ ଜଣ ଲୋକ ସମୁଦ୍ରରେ ଗାଧୋଉଥିବାବେଳେ ବୁଡି ଯାଉଥିଲେ। ଲାଇଫ୍‌ଗାର୍ଡ ଅକ୍ଲାନ୍ତ ପରିଶ୍ରମ କରି ସେହି ଦୁଇ ଜଣଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।

ad-week
Leave A Reply

Your email address will not be published.