ଲଘୁଚାପ ବର୍ଷାରେ ରାଇଘର ବ୍ଲକ ଜଳ ମଗ୍ନ : ଚାଷୀ ମୁଣ୍ଡରେ ଚଡ଼କ …

add-all


ଉମରକୋଟ : ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରୀ ରହିଥିବା ବେଳେ ଏହାର ପ୍ରଭାବ ଧନ ଜୀବନ ଉପରେ ମଧ୍ୟ ପଡିଛି ଯାହାକି ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ ଲଗୁଚାପ ଜନିତ ବର୍ଷାରେ ଆଖ ପାଖ ସବୁ ଅଞ୍ଚଳ ରେ ଜମି ଓ ବିଲ ଜଳମଗ୍ନ ହୋଉଛି ସବୁ ଆଡ଼େ ପାଣି ହିଁ ପାଣି, ଵିଲ ମାନଙ୍କ ରେ ପାଣି ଛଡ଼ା ଆଉ କିଛି ଦିଶୁ ନାହିଁ , ବର୍ତମାନ ଚାଷୀଙ୍କ ଏହି ପାଣି ଚିନ୍ତାର କାଳ ହେଲା, ଧାର ଉଧାର କରି ନିଜ ଜମିରେ ଚାଷ କରି ପରିବାର ପୋଷଣ କରିବା ପାଇଁ ସେମାଙ୍କ ପାଖରେ ଆଉ କିଛି ଚାରା ବି ରହିଲା ନାହିଁ ଏହି ଲଗୁଚାପ ଜନିତ ବର୍ଷାରେ ପାଣି ଭିତରେ ଫସଲ ଦୁଇ ଦିନ ହେଲା ପାଣିରେ ବୁଡ଼ିକି ଅଛି ଯାହାଫଳରେ ଚାଷୀ ମୁଣ୍ଡରେ ହାଥ ମାରି ବସିଛନ୍ତି ଫସଲ ନଷ୍ଟ ହେବା ପ୍ରାୟ ନିଶ୍ଚିତ , ଚାଷୀଙ୍କ ମୁହଁରୁ ଆଉ କଥା ବାହାରୁ ନାହିଁ ଏପଟେ ଋଣ ଭାର ସେପଟେ ଲଗୁଚାପ ବର୍ଷାରେ ଫସଲ ନଷ୍ଟ , ବର୍ଷାରେ ରାଇଘର ବ୍ଲକର ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ପ୍ରବଳ ମାତ୍ର ରେ ବର୍ଷା ଯୋଗୁ ଘରୁ ବାହାରିବା ବି କଷ୍ଟ ସାଧ୍ୟ ମୁଖ୍ୟତଃ ଚାଷୀ ଓ ଦିନମଜୁରିଆ ପାଇଁ କାଳ ସାଜିଛି ଏହି ବର୍ଷା ଯୋଗୁଁ ଧନ ଜୀବନ ଅସ୍ତ ବ୍ୟସ୍ତ ହୋଇ ଯାଇଛି କିଛି ଜାଗା ରେ ଗମନା ଗମନ ରେ ବାଧା ସୃଷ୍ଟି କରିଛି, ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବୀ କରିବା ସହିତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି

ad-week
Leave A Reply

Your email address will not be published.