ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧୀନତା ଦିବସ

add-all

ଭୁବନେଶ୍ୱର: ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳନ ହେବ ସ୍ୱାଧୀନତା ଦିବସ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଆଧାରରେ ପାଳନ ହେବ ସ୍ୱାଧୀନତା ଦିବସ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

ମହାମାରୀ କରୋନା ପାଇଁ ଗତ ତିନି ବର୍ଷ ହେଲା ସ୍ୱାଧୀନତା ଦିବସରେ ପିଲାମାନେ ସାମିଲ ହୋଇପାରିନଥିଲେ। କେବଳ ଶିକ୍ଷକମାନେ ସ୍କୁଲ ଯାଇ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। କରୋନା ଟିକା ବାହାରିଲା ପରେ ଜଣାପଡ଼ୁଥିଲା ଏଥର ପିଲାମାନେ ପ୍ୟାରେଡ୍‌ରେ ସାମିଲ ହେବେ। ହେଲେ ତାହା ମଧ୍ୟ ସମ୍ଭବ ହେଲା ନାହିଁ। ଏଥର ମଧ୍ୟ ସ୍ୱାଧୀନତା ଦିବସରେ ପିଲାମାନେ ସ୍କୁଲକୁ ଆସିପାରିବେ ନାହିଁ ବୋଲି ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ad-week
Leave A Reply

Your email address will not be published.