ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭାଗୃହଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଛାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଯୁଗାନ୍ତ କହଁର ଯୋଗ ଦେଇଥିବା ବେଳେ ସନମାନୀତ ଅତିଥି ଭାବରେ ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଫର୍ମାସିଷ୍ଟ ସୀମାଦ୍ରୀମହାରଣା, ଶାନ୍ତନୁ କୁମାର ସେଠି, ପଲାବୁରୁଡି ସରପଞ୍ଚ ଲୀଳାବତୀ ମଲ୍ଲିକ, ସଲାଗୁଡା ସରପଞ୍ଚ ରୋହିତ କହଁର, ବାପୁଜୀ ଯୁବକ ସଙ୍ଘର ସଭାପତି ଜମ୍ବେଶ୍ୱର କହ୍ନର, ଲକ୍ଷଣ କହଁର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ,ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟସମ୍ପର୍କରେ ବୁଝାଇଥିଲେ l ଆସନ୍ତା ୧୩ ରୁ ୧୫ ତାରିଖ ଦିନ ଘରେ ଘରେ ଭାରତର ଜାତୀୟ ପତାକା ଲଗେଇବା ପାଇଁ ଯୁବ ଗୋଷ୍ଠିଙ୍କୁ ଅବଗତ କରା ଯାଇ ଥିଲା ତା ସହ ଯୁବକ ମାନେ ଗାଁ ଗାଁ ବୁଲି ଲୋକ ମାନଙ୍କୁ ସତେତନ କରେଇବା ଲାଗି ନେହରୁ ଯୁବ କେନ୍ଦ୍ରର ଜ଼ିଲ୍ଲା ଯୁବ ଅଧିକାରୀପରାମର୍ଶ ଦେଇ ଥିଲେ l ଏଥି ସହ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଚାଲିଥିବା ଯୁବକ ସଙ୍ଘ ଉନୟନ କାର୍ଯ୍ୟକ୍ରମ ରେ ନୂତନ ଭାବରେ ଗଠିତ ହୋଇ ଥିବା ଯୁବକ ସଙ୍ଘ ଗୁଡିକୁ ଆଫଫିଲେସନ ସାର୍ଟିଫିକେଟ ପ୍ରଦାନ କରା ଯାଇ ଥିଲା lବୈଠକରେ ରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବର ସମ୍ପାଦକ ପ୍ରମୋଦ କହଁର ଧନ୍ୟବାଦ ଅର୍ପଣ କରି ଥିଲେl

ad-week
Leave A Reply

Your email address will not be published.