ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

add-all

ଚିକିଟି : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ ଦିବସ । ଭାଇ ଭଉଣୀ ର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷା ବନ୍ଧନ ଉତ୍ସବ।ଏହା ସହ ନିଃସ୍ୱାର୍ଥପର ପ୍ରେମର ଜ୍ୱଳନ୍ତ ପ୍ରତୀକ ଓ ଭାଇ ଚାରାକୁ ମନେ ପକାଇବା ପାଇଁ ଏକ ପବିତ୍ର ଦିନ।ଏହି ଦିନକୁ ଅପେକ୍ଷା କରିଥାନ୍ତି ସବୁ ଧର୍ମର ଲୋକେ । ଏହିଭଳି ଏକ ପବିତ୍ର ଦିନରେ ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚିକିଟି ଶାଖା ପକ୍ଷରୁ ଚିକିଟି ପେଣ୍ଠ ସ୍ଥିତ ଓଁ ଶାନ୍ତି ଭବନ ପରିସରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଅଛି।ଏହି ଉତ୍ସବରେ ଧାନଘର ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା, ଚିକିଟି ଏନ ଏ ସି ଅଧକ୍ଷା ଦୀପା କୁମାରୀ ସାହୁ ମୁଖ୍ୟ ଅତିଥି, କାଉନସିଲର ଅନିତା ସାହୁ, ସମାଜସେବୀ ଧର୍ମା ସାହୁ, ରଘୁନନ୍ଦନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରକ୍ଷା ବନ୍ଧନର ମୌଳିକ ଉଦ୍ଦେଶ୍ୟ ଓ ଭାରତର ଅତୀତ ଗୌରବ ଗାଥାକୁ ଉପସ୍ଥାପନ କରିଥିଲେ।ତତ୍ ପରେ ସମସ୍ତ ଅତିଥି ଦୁଇ ମିନଟ ନିଜ ନିଜର ମତ ବ୍ୟକ୍ତ କରିଥିଲେ।ପରିଶେଷରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ବରିଷ୍ଟ ଭଗିନୀ”ନିଶା”ରକ୍ଷା ବନ୍ଧନରେ ସୃଷ୍ଟି ହେଉଥିବା ମମତାବଧ ସାଙ୍ଗକୁ ଆତ୍ମା ପରମାତ୍ମା ଙ୍କ ସମ୍ପର୍କରେ ବାର୍ତା ପ୍ରଦାନ କରି କୃତଜ୍ଞତା ଜ୍ଞାପନ କରି ରାକ୍ଷୀ ବାନ୍ଧିବା ସହ ଆନନ୍ଦ ଉଲ୍ଲାସରେ କାର୍ଯ୍ୟକ୍ରମ କୁ ଅବିରାମ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.