ପୁଣିଥରେ କରୋନା ପଜିଟିଭ୍ ହେଲେ ସୋନିଆ ଗାନ୍ଧୀ

add-all

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସରକାରୀ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ କ୍ଵାରେଣ୍ଟିନ୍ ରେ ରଖାଯିବ। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ୱିଟରେ ଲେଖିଛନ୍ତି ଯେ, ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ସରକାର ଦେଇଥିବା ପ୍ରୋଟୋକଲ ପରେ ସେ କ୍ଵାରେଣ୍ଟିନ୍ ରେ ରହିବେ।

ସୋନିଆ ଗାନ୍ଧୀ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ୨ ତାରିଖରେ ସେ କୋଭିଡ ପଜିଟିଭ୍ ହୋଇଥିଲେ। ଯାହାପରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କରୋନା ସଂକ୍ରମିତ ହେବା ପୂର୍ବରୁ ସୋନିଆ ଗାନ୍ଧୀ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ବିହାର ସରକାରଙ୍କ କ୍ୟାବିନେଟ ବିସ୍ତାରର ଗୋଟିଏ ଦିନ ପୂର୍ବରୁ ସେ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ସେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ଭେଟିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ତିନି ଦିନ ପୂର୍ବେ ସୋନିଆ ଗାନ୍ଧୀଙ୍କ ଝିଅ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ପଜିଟିଭ ହୋଇଥିଲେ।

ad-week
Leave A Reply

Your email address will not be published.