ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

add-all

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ମସ୍କିଷ୍କ କାମ କରୁନାହିଁ।

ରାଜୁଙ୍କ ମ୍ୟାନେଜର ଦେଇଥିବା ସୂଚନା ଅନୁଯାୟୀ, ରାଜୁଙ୍କ ସ୍ବାସ୍ଥ୍ୟବସ୍ଥ୍ୟାରେ କୌଣସି ଉନ୍ନତି ହୋଇନାହିଁ। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କର ମସ୍ତିଷ୍କ କାମ କରୁନାହିଁ। ଡାକ୍ତରମାନେ ସେମାନଙ୍କୁ ଅପେକ୍ଷା କରିବାକୁ କହିଛନ୍ତି। ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ରାଜୁଙ୍କ ମ୍ୟାନେଜର।
ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ହୃଦ୍‌ଘାତରେ ପୀଡିତ ହୋଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.