ସ୍ୱାଧୀନତା ଦିବସ ଅମୃତ ଉତ୍ସବ ପାଳନ ଅବସରରେ ମୋର ଅନୁଚିନ୍ତା

add-all

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ

ସ୍ବାଧୀନତା ଦିବସ ପାଳନ ଅବସରରେ ଅଜସ୍ର ଅଭିନନ୍ଦନ।
ଆଜି ୭୬ ତମ ସ୍ବାଧୀନତା ଦିବସ ପାଳନ ପ୍ରତ୍ୟେକ ଦେଶ ପ୍ରେମୀ ଦେଶ ବାସୀ ଙ୍କ ପାଇଁ ଗୌରବ ର ଦିନ। ଆମକୁ ଆଗକୁ ବଢିବାକୁ ହେବ ଏକ ଲକ୍ଷ୍ୟ ରେ ଏକତା ଅଖଣ୍ଡତା ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଚାରରେ ପରସ୍ପର ପ୍ରତି ସମ୍ମାନ କରିବା। ଆମ ପାଇଁ ଅନେକ ସଂକଳ୍ପ ଅନେକ ଆହ୍ବାନ। ଦିନେ ଭାରତ ବିଶ୍ବ ଗୁରୁ ହେବ ନିଶ୍ଚିତ ଏହି ଆତ୍ମବିଶ୍ୱାସ କୁ ଅଧିକ ଶକ୍ତିଶାଳୀ କରି ଆସୁଥିବା ଆହ୍ବାନ ଗୁଡିକ ମୁକାବିଲା କରି ଦେଶ ପ୍ରୀତି ଭାବ ସହିତ କାନ୍ଧ କୁ କାନ୍ଧ ମିଶାଇ ସଶକ୍ତ ଭାରତ ଗଠନ ସଂକଳ୍ପ କରି ଚାଲିବା କୁ ହେବ।ସଂକୀର୍ଣ୍ଣ ସ୍ବାର୍ଥ ରୁ ଉର୍ଦ୍ଧ୍ବରେ ରହି ପ୍ରତ୍ୟେକ ନାଗରିକ ସଶକ୍ତ ଭାରତ ଗଠନ ପାଇଁ ନିଜକୁୁ ସକାରାତ୍ମକ ଶକ୍ତି ସାମର୍ଥବାନ କରିବା। ଦେଶ ସ୍ବାଧୀନତା ପାଇଁ ପୂର୍ବସୁରୀଙ୍କ ତ୍ୟାଗ ନିଷ୍ଠା ସମର୍ପଣ ଓ ସେମାନଙ୍କ ବଳିଦାନ କୁ ସ୍ମରଣ କରିବା । ଆଗାମୀ ଦିନ ରେ ଅନେକ ସମ୍ଭାବନା କୁ ସାକାର କରିବା ଆମ ଶପଥ ହେଉ । ପ୍ରଗତିଶୀଳ ଭାରତ ଗଠନ ପାଇଁ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା । ପାରଦର୍ଶୀ ଗୁଣୀ ରାଷ୍ଟ୍ର ପ୍ରେମୀ ଏବଂ ଦେଶ ପାଇଁ ସମର୍ପିତ ବିଚାର ଏକ ମନ ଏକ ପ୍ରାଣ ରେ ସଶକ୍ତ ରାଷ୍ଟ୍ର ଗଠନ ର ସଂକଳ୍ପ ଅକ୍ଷୁର୍ଣ୍ଣ ରହୁ। ଆମ ଭାରତକୁ ଶୀର୍ଷ ରେ ପହଞ୍ଚାଇବା ଲକ୍ଷ୍ଯ ରେ ରାଷ୍ଟ୍ରବାଦର ସ୍ବର ଅତୁଟ ରହୁ। ଆଜି ଦିନ ର ଆମ ସଂକଳ୍ପ ଏକତା ଅଖଣ୍ଡତା ଶାନ୍ତି ମୈତ୍ରୀ ଓ ପ୍ରୀତି ଭାବନାରେ ନୂତନ ଚିନ୍ତା ଚେତନା ପରିପୂର୍ଣ୍ଣ ବିଚାର ଅଭ୍ୟୁଦୟ ରେ ଏକ ଭବ୍ୟ ବୈଭବଶାଳୀ ଭାରତ ଗଢ଼ିବା ।
ବନ୍ଦେ ମାତରଂ
ଭାରତ ମାତା କୀ ଜୟ।

ଆୟୁର୍ବେଦ ଚିକିତ୍ସକ ଓ ଗବେଷକ

ବ୍ରହ୍ମପୁର

ad-week
Leave A Reply

Your email address will not be published.