ଭୁଶୁଡିଲା ୪ ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

add-all

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ ଧରଣର ଅଘଟଣ। ଭୁଶୁଡିଲା ୪ ମହଲା କୋଠା। ମୁମ୍ବାଇର ବୋରିବଲି ସ୍ଥିତ ସାଇବାବା ନଗରରେ ଏହି ଦୁର୍ଘଟଣା ଘଟିଛି। ଏକ ୪ ମହଲା କୋଠା ହଠାତ୍‌ ଭୁଶୁଡି ପଡିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଲ୍ଡିଂର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଇଛି।
ସୂଚନା ଅନୁସାରେ, ବୋରିବଲିର ୱେଷ୍ଟ ସ୍ଥିତ ସାଇବାବା ନଗରରେ ଏହି ୪ ମହଲା କୋଠା ଥିଲା। ଏହା ଅତ୍ୟନ୍ତ ପୁରୁଣା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଯୋଗୁ ପୂର୍ବରୁ ବିଲ୍ଡିଂ ଖାଲି କରିବାକୁ ଲୋକଙ୍କୁ ପ୍ରଶାସନ କହିଥିଲା।
ବିଲ୍ଡିଂ ଭୁଶୁଡିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ବିଲ୍ଡିଂର ଭଗ୍ନାବଶେଷ ତଳେ କେହି ଫଶି ରହିଛନ୍ତି ନା ନାହିଁ ସେ ନେଇ ସର୍ଚ୍ଚ ଅପରେସନ୍‌ ଚାଲିଛି। ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅଗ୍ନିଶମ ବାହିନୀର ଜଣେ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଦମକଳର ୮ଟି ଗାଡି, ଦୁଇଟି ରେସ୍କ୍ୟୁ ଭ୍ୟାନ୍‌, ତିନି ଆମ୍ବୁଲାନ୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.