୩,୭୦୦ ଫୁଟ ଉପରେ ଥିଲା ବିମାନ, ହଠାତ୍‌ ଶୋଇପଡ଼ିଲେ ଦୁଇ ପାଇଲଟ

add-all

ଇଥୋପିଆ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଲି ଘଟଣା ସାମ୍ନାକୁ ଆସିଛି। ଇଥୋପିଆ ଏୟାରଲାଇନ୍ସର ଗୋଟିଏ ବିମାନ ଭୂପୃଷ୍ଠରୁ ୩,୭୦୦ ଫୁଟ ଉପରେ ଥିବା ବେଳେ ଏହାର ଦୁଇ ଜଣ ଯାକ ପାଇଲଟ ହଠାତ୍‌ ଶୋଇପଡ଼ିଥିଲେ। ଏଥିଯୋଗୁ ଏହା ଯେଉଁ ସ୍ଥାନରେ ଲ୍ୟାଣ୍ଡ କରିବା କଥା ସେଠାରେ ନ କରି ଆଗକୁ ଚାଲି ଯାଇଥିଲା।
ବିମାନଟି ସୁଦାନର ଖାରତୁମରୁ ଉଡ଼ାଣ ଭରିଥିବା ବେଳେ ଇଥୋପିଆର ରାଜଧାନୀ ଆଡିସ ଆବାବାରେ ଲ୍ୟାଣ୍ଡ କରିବାର ଥିଲା। କିନ୍ତୁ ଏହା ସେଠାରେ ଲ୍ୟାଣ୍ଡ କରିବାରେ ବିଫଳ ହୋଇଛି।ସୋମବାର ଦିନ ଏହି ଘଟଣା ଘଟିଛି। ଇଟି୩୪୩ ବିମାନ ଇଥୋପିଆର ରାଜଧାନୀ ଆଡିସ ଆବାବାର ଆକାଶ ପଥରେ ପ୍ରବେଶ କରିଥିଲା।
ଏହାର ଖବର ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ପାଇଥିଲା। ହେଲେ ବିମାନଟି ଏୟାରପୋର୍ଟରେ ଲ୍ୟାଣ୍ଡ କରି ନଥିଲା। ୩,୭୦୦ ଫୁଟ ଉପରେ ହିଁ ଏହା ଆଗକୁ ଚାଲି ଯାଇଥିଲା। ଏଥିରେ ଥିବା ଦୁଇ ଜଣ ଯାକ ପାଇଲଟ ବିମାନକୁ ଅଟୋ ପାଇଲଟ ସିଷ୍ଟମରେ ରଖି ଶୋଇପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି। ଏ ସମ୍ପର୍କରେ ଜାଣିବା ପରେ ଏଟିସି ଦୁଇ ପାଇଲଟଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା।
ହେଲେ ଏଥିରେ କୌଣସି ପ୍ରକାରର ସଫଳତା ମିଳି ନଥିଲା। ତେବେ ବିମାନଟି ଲ୍ୟାଣ୍ଡ କରିବାକୁ ଥିବା ରନୱେ ଅତିକ୍ରମ କରିବା କ୍ଷଣି ଅଟୋ ପାଇଲଟ ସିଷ୍ଟମ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ଆର୍ଲାମ ବାଜିବାରୁ ଦୁଇ ପାଇଲଟଙ୍କ ନିଦ ଭାଙ୍ଗିଥିଲା।
ନିଦରୁ ଉଠିବା ପରେ ଦୁଇ ପାଇଲଟ ଲ୍ୟାଣ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ଆଖପାଖ ଅଞ୍ଚଳରେ ୨୫ ମିନିଟ କାଳ ବୁଲିବାକୁ ପଡ଼ିଥିଲା। ଶେଷରେ ସେମାନେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ। ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ।

ad-week
Leave A Reply

Your email address will not be published.