ଚିକିଟିରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ

add-all

ଚିକିଟି : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ ଅଟେ।କୋରନା କଟ କଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଉତ୍ସବ ଫିକା ପଡିଥିବା ବେଳେ ଚଳିତ ବର୍ଷ କୌଣସି କଟକଣା ନଥିବା ହେତୁ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଈଛି ଏହି ଉତ୍ସବ। ପୁରାଣ ବର୍ଣ୍ଣିତ ତଥ୍ୟ ଅନୁସାରେ ଭାଦ୍ରବ- ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ଉତ୍ସବ ପାଳନ କରାଯାଇଥାଏ।ଏହି ଦିନ ମଧ୍ୟରାତ୍ରୀ ରେ ଧରା ପୃଷ୍ଠରେ ଅଵତରଣ କରନ୍ତି ଅଵତାରି ପୁରୁଷ ଶ୍ରୀକୃଷ୍ଣ ଏହି ଅବସରରେ ଏହି ବର୍ଷ ଅଞ୍ଚଳରେ ଘର ମାନଙ୍କରେ ଜନ୍ମାଷ୍ଟମୀ ପାଳନ କରାଯାଇ ଥିବା ବେଳେ ସ୍ଥାନୀୟ ବକ୍ସିବଜାର ସ୍ଥିତ ରଘୁନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ରୀତିନୀତି ଅନୁସାରେ ପାଳନ ହୋଇଛି ଏହି ଜନ୍ମ ଉତ୍ସବ।ସଂସାରରୁ କଂସ ରାଜୁତିକୁ ବିନାଶ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦେଵକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ।ଏହି ରାତିରେ ଅବତାରି ପୁରୁଷ ଶ୍ରୀକୃଷ୍ଣ ଙ୍କୁ ଧ୍ୟାନ କଲେ ସାଂସାରିକ ମୋହ ମାୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି।ଏହି ଦୀନ ସକାଳେ ରୀତି କ୍ରାନ୍ତି ସରିବା ପରେ ସନ୍ଧ୍ୟାରେ ରଘୁନାଥ ମନ୍ଦିରରେ ଥିବା ଶ୍ରୀକୃଷ୍ଣ ଙ୍କ ପ୍ରତିମାକୁ ଗୋପାଳ ବେଶରେ ସୁସଜ୍ଜିତ କରାଯାଇ ଆରମ୍ବ ହୋଇଥାଏ ଜନ୍ମାଷ୍ଟମୀ ରୀତି କ୍ରାନ୍ତି।ପ୍ରତି ବର୍ଷ ଏହି ଅବସରରେ ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ମନ୍ଦିର ସଭାପତି ଧର୍ମା ସାହୁ ଙ୍କ ସମେତ ସମସ୍ତ କମିଟି ବୃନ୍ଦଙ୍କ ସହଯୋଗ ରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।

ad-week
Leave A Reply

Your email address will not be published.