ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

add-all

ଛତ୍ରପୁର ୧୯/୮ : ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ତାମ୍ପରା ନିକଟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବନ ବିଭାଗ କାର୍ଯ୍ୟାଳୟର ଫରେଷ୍ଟ ଗାର୍ଡ ରାଜୀବ ପାତ୍ର, ଛତ୍ରପୁର ପ୍ରେସ୍ କ୍ଲବର ଉପସଭାପତି ଦିଲ୍ଲୀପ କୁମାର ସାମଲ, ଶିକ୍ଷାବିତ୍ ସୋମନାଥ ସାହୁ ଏବଂ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ନିଜେ ନିଜେ ଗୋଟାଏ ଲେଖାଁଏ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ରକମର ଚାରା ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.