
ଦାରିଙ୍ଗବାଡ଼ି,୧୯/୮, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଯୁକ୍ତଦୁଇ କଳା ଶ୍ରେଣୀରେ ଶତକଡ଼ା ୯୨ନମ୍ବର ରଖି ରାଜ୍ୟରେ ୨ୟ ଟପରରେ ରହିଥିବାରୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି।ଦାରିଙ୍ଗବାଡ଼ିର ବିଷକେସନ ପ୍ରଧାନ ଓ ସନ୍ତୋଶିନୀ ପ୍ରଧାନଙ୍କ ଝିଅ ମନୀଷା ପ୍ରଧାନ ଭୁବନେଶ୍ୱର ରମାଦେବୀ ବିଶ୍ଵ ବିଦ୍ୟାଳୟରେ ଯୁକ୍ତଦୁଇ କଳାରେ ଶତକଡ଼ା ୯୨ନମ୍ବର ରଖି ରାଜ୍ୟରେ ୨ୟ ଟପର ହୋଇଛନ୍ତି । ସ୍ବାଧୀନତାର ୭୫ବର୍ଷ ପୁର୍ତ୍ତି ଅମବୃତ ମହୋତ୍ସବ ପାଳନ ଅବସରରେ ଯୁକ୍ତଦୁଇ କଳାରେ ଶତକଡ଼ା ୯୨ନମ୍ବର ରଖି ରାଜ୍ୟରେ ୨ୟ ଟପର ହୋଇଥିବା ମନୀଷା ପ୍ରଧାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲ ଓ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଝୁନୁରାଣୀ ପ୍ରଧାନ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏଥିପାଇଁ ଏକ ବୈଠକର ଆୟୋଜନ କରାଯାଇ ମନୀଷାଙ୍କୁ ସମ୍ମାନିତ କରିବା ସହ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କୁ ମନୀଷା ଭଳି ମାର୍କ ରଖି ରାଜ୍ୟରେ ନାକରି ଦାରିଙ୍ଗବାଡ଼ି ତଥା ବିଦ୍ୟାଳୟର ଗୌରବ ଆଣିବାକୁ ଆହ୍ୱାନ ଦେଇଥିବା ପ୍ରକାଶ ପାଇଛି।