ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ କ୍ଷୟକ୍ଷତି ସଦସ୍ୟ

add-all

ଦାରିଙ୍ଗବାଡି (୨୧/୮) : ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିଗୁଡା ଗ୍ରାମର ଦିବାକର ବଳିୟାରସିଂଙ୍କ ଘର କାନ୍ଥ ୨୦ ତାରିଖ ଲଗାଣ ବର୍ଷାରେ ସନ୍ଧ୍ୟା ୬ଟା ସମୟରେ ଭୁଶୁଡି ପଡିଥିବା ଖବର ହସ୍ତଗତ ହୋଇଛି। ସନ୍ଧ୍ୟା ସମୟରେ ଭୁଶୁଡି ଗଲା ରାତ୍ର ଶୋଇଥିବା ବେଳେ ଭୁଶୁଡି ଥିଲେ ଆମେ ୫କୁଟୁମ୍ବ ମରିଥାନ୍ତୁ ବୋଲି ଦିବାକର କହିଛନ୍ତି। ଆଜି ଦିବାକର ବ୍ରାହ୍ମଣୀଗାଁ ଆସି ଲିଖିତ ଭାବେ କାଟିଙ୍ଗିଆ ରାଜସ୍ୱ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ବ୍ଲକର ବହୁ ଗ୍ରାମ ପଂଚାୟତ ଉପାନ୍ତ ଅଞ୍ଚଳରେ ରହିଛି। ଏମିତି ଅଞ୍ଚଳ ରହିଛି, ନା ଅଛି ଫୋନର ସୁବିଧା ନା ରହିଛି ଗାଡିଘୋଡାର ସୁବିଧା। ଉପାନ୍ତ ଅଞ୍ଚଳରେ ଥିବା ଗାଁଲୋକ ମାନଙ୍କର ଘର ସବୁ ଲଗାଣ ବର୍ଷାରେ ଭାଙ୍ଗି ନାହିଁନଥିବା ଅସୁବିଧାରେ ଚୁଳୁଥିବା ଖବାର ହସ୍ତଗତ ହୋଇଛି। ଖବର ନେବାରୁ ଜଣା ପଡିଛିଯେ ଉପାନ୍ତ ଅଞ୍ଚଳରେ ରହିଥିବା ଗ୍ରାମ ବାସୀ ମାନେ ବର୍ଷା ଯୋଗୁଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ଜଣାଇ ପାରି ନଥିବା ବେଳେ ରାଜସ୍ୱ ବିଭାଗ ର କର୍ମଚାରୀ ମାନେ ମଧ୍ୟ ଲୋକଙ୍କ ଘରଭଙ୍ଗାର ଆକଳନ କରିବା ପାଇଁ ଗାଁ ଗୁଡିକରେ ପହଞ୍ଚି ପାରି ନଥିବା ଜଣାପଡିଛି। ଏହି ଦୁର୍ଦିନ ସମୟରେ ଅତି ଶୀଘ୍ର ଗାଁ ଗାଁ ରେ ରାଜସ୍ୱ ବିଭାଗର କର୍ମଚାରୀଗଣ ପହଁଞ୍ଚି ଲୋକଙ୍କ କ୍ଷୟକ୍ଷତି ଆକଳନ କରି ସର୍ଵ ନିମ୍ନ ସହାୟତ ଯୋଗାଇ ଦେବାକୁ କାଟିଙ୍ଗିଆ ସରପଞ୍ଚ ଶ୍ରୀମତୀ ସୁଭଦ୍ରା ପଡ୍ରା ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.