ବନ୍ୟାପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର

add-all

ଫୁଲବାଣୀ/ବାଲିଗୁଡା:- ବନ୍ୟାଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ।ଦୁର୍ଦ୍ଧିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି ବିଧାୟକ କହଁର l ଚାରିଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହରୁ ଉର୍ଦ୍ଧ୍ଵ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।କନ୍ଧମାଳ ଜିଲ୍ଲାର ତୂମୁଡିବନ୍ଧ ବ୍ଲକର ପ୍ରାୟ ୭ଟି ପଞ୍ଚାୟତରେ ରାସ୍ତା କଟିଯିବାରୁ ଯୋଗଯୋଗ ବିଛିନ୍ନ ହୋଇଛି ।କୁର୍ତ୍ତମଗଡ ଠାରୁ ସିର୍ଲା ରୋଡ,ସରଧାପୁର ବ୍ରିଜ,ପାଡାମାହା ରାସ୍ତା, ଲଦରଗାଁ ଠାରୁ ଲଙ୍କାଗଡ଼ ରାସ୍ତା,ବେଲଘର ଠାରୁ ଗୁର୍ଲିମାସ୍କା ରାସ୍ତା ସମ୍ପୂର୍ଣ୍ଣ ରୂପେ ବର୍ଷା ଜଳରେ ଧୋଇ ହୋଇଯାଇଛି । ଯାହା ଫଳରେ ଅନେକ ଗ୍ରାମକୁ ଏବେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛି । ଏଭଳି ସମୟରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର, ତୂମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଁଚିଛନ୍ତି । ଘାଟି ପାହାଡ ରାସ୍ତାରେ ଅସୁବିଧାରେ ଥିବା ଗୋଟିଏ ଗୋଟିଏ ପରିବାରକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ଯେଉଁ ସବୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ସେଠାରେ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆଜିର ଏହି ମାରାଥନ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର , ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ, ପଞ୍ଚାୟତ ସମିତି ଅଧକ୍ଷ ବାସନ୍ତି ମାଝୀ, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର , ସମିତି ସଭ୍ୟା ସୁଭଦ୍ରା ବେହେର ଦଳାଇ, ପଂଚାୟତ ସଭାପତି ଜିସାୟ ମଣ୍ଡଳ , ମୟନ୍ତି ପାଟମାଝୀ, ଅମୀୟ ପରାସେଠ, ବଙ୍ଗାଳି ବଡ଼ସେଠ , ଗଙ୍ଗା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.