ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଛାତ୍ରଛାତ୍ରୀଙ୍କ କୃତିତ୍ୱ

add-all

ଫୁଲବାଣୀ : ଓଡିଶା ଟାଇକାଣ୍ଡୋ ରାଜ୍ୟ ଚମ୍ପିୟାନସିପ, ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ୍ ଠାରେ ଆୟୋଜିତ ହୋଇଥିବା ଟାଇକାଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ର ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଜଣ ଛାତ୍ରଛାତ୍ରୀ ଯଥା ମହାତ୍ମା ସାହାଣୀ, ରୁପାଲି ନାୟକ ଏବଂ ସ୍ୱସ୍ତିକ୍ ସାହୁ ଭାଗ ନେଇଥିଲେ । ୩ ଜଣଙ୍କ ମଧ୍ୟରୁ ରୁପାଲି ନାୟକ ଓ ସ୍ୱସ୍ତିକ୍ ସାହୁ ସିଲଭର ମେଡେଲ୍ ପାଇଥିବା ବେଳେ ମହାତ୍ମା ସାହାଣୀ ଗୋଲ୍ଡ ମେଡେଲ ପାଇଛନ୍ତି ।ଏହି କୃତିତ୍ୱ ପାଇଁ ୩ଜଣ ଛାତ୍ରଛାତ୍ରୀ ତାଙ୍କର କୋଚ ଶାଲିନି ସିଂ ଏବଂ ଦେବାଶିସ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକାଙ୍କ ସମେତ ସମଗ୍ର ଜିଲ୍ଲାରୁ କୋଚ ଏବଂ ଛାତ୍ରଛାତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.