ଏବେବି ଧାନରୋପା ଭୁଲି ନାହାନ୍ତି ଜିଲା ପରିଷଦ ଅଧକ୍ଷା

youtube

ଚିତ୍ରକୋଣ୍ଡା (୨୧/୦୮) : ମଣିଷ ଯେତେ ଉପରକୁ ଉଠୁ ପଛେ ନିଜ ମାଟି, ବୃତ୍ତି ଓ ପରମ୍ପରା ସଂକୃତି କୁ କେବେ ଭୁଲି ନଥାଏ l ସେଇଭଳି ଜଣେ ରାଜନେତା ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ l ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଗ୍ରାମର ସେ ଜଣେ ଚାଷୀ ପରିବାର ର ଝିଅ ତଥା ସେହି ଗ୍ରାମର ବୋହୁ, ବଡ଼ପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ଆଗ ଧାଡ଼ିରଜଣେ ଦକ୍ଷ ମହିଳା ଥିଲେ,ତାଙ୍କ ଜୀବନୀ ଜମି କାମରୁ ଆରମ୍ଭ କରି ପ୍ରଥମେ ଏକଲ ବିଦ୍ୟାଳୟ ରେ ଆଚାର୍ଯ୍ୟ ଭାବରେ ବିଭିର୍ଣ୍ଣ ଶିକ୍ଷା ପ୍ରଦାନ କରିବା ପରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସିଆରପି ଭାବରେ କାମ କରି ସ୍ୱାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାଜନୀତି କଣ ଜାଣି ନଥିଲେ ହଠାତ ହାତୀ ମୁଣ୍ଡରେ ସୁନା କଳସ ଢାଳିଲା ଭଳି ବିଜୁ ଜନତା ଦଳ ତରଫରୁ ଜିଲା ପରିଷଦ ପାର୍ଥି ଭାବରେ ବିଜୟ ହୋଇ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ହେବାର ସୌଭାଗ୍ୟ ପାଇଥିଲେ l ଯିଏକି ଭାରତ ସ୍ୱାଧୀନତା ୭୪ ବର୍ଷ ପରେ ପ୍ରଥମେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରୁ ଜିଲା ରାଜନୀତି ରେ ପାଦ ଥାପିବାର ସୁଯୋଗ ପାଇଛନ୍ତି l ନହେଲେ ଆଜି ସୁଧା ଚିତ୍ରକୋଣ୍ଡା ଅଞ୍ଚଳ ରୁ ନା କେହି ବିଧାୟକ, ସାଂସଦ ନା ଜିଲା ପରିଷଦ ଅଧକ୍ଷା ପାର୍ଥି ହୋଇ ନଥିଲେ l ଆଜି ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଗୌରବ ଅର୍ଜନ କରି କାମ କରି ଏସ ଛନ୍ତି l ଜିଲା, ଦଳ କଥା ଓ କାମ ସାରିବା ପରେ ମଧ୍ୟ ଭୁଲି ନାହାନ୍ତି ତାଙ୍କ କୌଳିକ ବୃତ୍ତି କୁ ଗାଁ ମାଟିକୁ ଏବେବି ସମୟ ପାଇଲେ ନିଜ ଜମିରେ ଅଣ୍ଟାରେ ଗାମୁଛା ଭିଡ଼ି ଜମିରେ ଧାନ ରୋପିବାକୁ ପଛେଇ ନାହାନ୍ତି l ଉଚ୍ଚ ପଦ ଉଚ୍ଚତାକୁ ଯାଇଥିଲେ ମଧ୍ୟ ଭୁଲି ନାହାନ୍ତି ନିଜ ଗାଁ ମାଟି ପାଣି ପବନ ଓ ନିଜର ଜମିର କାମକୁ l ନିଜର ଚାଷକୁ ଆଗେଇ ନେବା ପାଇଁ ସ୍ୱାମୀଙ୍କୁ ଏବେବି ଚାଷ କାମରେ ସହଯୋଗ କରି ଆଗେଇ ନେଉଛନ୍ତି ସମାରି l ନା ଉଚ୍ଚ ପଦବୀ ପାଇ ଅଛି ତାଙ୍କ ମନରେ ଗର୍ବ ହସ ହସ ମୁହଁରେ ଲୋକଙ୍କ ପାଖରେ ଅସୁବିଧା ଭଲ ମନ୍ଦରେ ପହଞ୍ଚି ଠିଆ ହେବା ସହିତ ନିଜ ପରିବାର ନିଜ ଘର ର ପ୍ରତେକ କାମରେ ଆଗ ଆସି ପହଞ୍ଚି ଯାଉଛନ୍ତି l ମାଲକାନଗିରି ଜିଲା ଚିତ୍ରକୋଣ୍ଡା, ତଥା ସ୍ୱାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି l

Leave A Reply

Your email address will not be published.