
ବ୍ରହ୍ମପୁର : ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଷ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବ୍ରହ୍ମପୁର ସହର ର ଆଖପାଖ ଅଂଚଳ ଆଜି ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା କମିଟି ଓ ସାହି ବସ୍ତି ମାନଙ୍କରେ ଅଗ୍ରପୁଜ୍ୟ ଶ୍ରୀ ଗଣେଷଙ୍କୁ ପୂଜା କରାଯାଉଛି । ଯାକଜକମର ତୋରଣ ସହ ଆଲୋକ ସଜ୍ଜାରେ ଝଲସି ଉଠୁଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ନୁଆଁ ବସଷ୍ଟାଣ୍ଡ ନିକଟସ୍ଥ ଅଶୋକ ନଗର ଅଞ୍ଚଳ ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ର ବିଜୁ ଜନତା ଦଳ ର ଯୁବ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ ପାତ୍ର (ସନ୍ତୁ ଭାଇ )ଙ୍କ ପୌରହିତ୍ୟରେ ଶ୍ରୀ ଗଣେଷ ପୂଜା ମହାଆଡମ୍ଭର ସହକାରେ ପାଳନ ହୋଇଯାଇଛି । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ନୁଆଁ ଢୋଙ୍ଗ ରେ ଲୋକଙ୍କୁ ଆକର୍ସିତ କରିବା ସହ ବ୍ରହ୍ମପୁର ସହର ରେ ପ୍ରଥମ ଥର ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୁପତି ମୁର୍ମୁ ଙ୍କ ଅବିକଳ ରେ ଗଣେଶ ପୂଜା କରି ବ୍ରହ୍ମପୁର ରେ ଖୁବ ସୁନାମ ଅର୍ଜନ କରିଛନ୍ତି l ଏପରି ଏକ ନୁଆଁ ଢୋଙ୍ଗ ରେ ହେଇଥିବା ଗଣେଶ ପୂଜା ଏବଂ ପ୍ରତି ଦିନ ସନ୍ଧ୍ୟା ରେ ହେଉଥିବା ସାଂସ୍କୁତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ପୋଲିସ ପକ୍ଷ ରୁ ବ୍ୟାପକ ବନ୍ଦବସ୍ତ କରାଯାଇଥିବା ଅଶୋକ ନଗର କମିଟି ର ସଭାପତି କିରଣ କୁମାର ସାହୁ ଏବଂ ଉପସଭାପତି ସତ୍ୟ ସୂଚନା ଦେଇଛନ୍ତି l
ଆଜି ର ଏହି ପୂଜା ରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା , ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବି ଡି ଏ ଚେୟାରମେନ ତଥା ଜୀବନ ବିନ୍ଦୁ ସଂଯୋଯକ ଶ୍ରୀଯୁକ୍ତ ସୁବାସ ମହାରଣା ଏବଂ ବିଜୁ ଜନତା ଦଳ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ପ୍ରଭୁ ଶ୍ରୀ ଗଣେଷ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।