ଫୁଲବାଣୀ ଓକିଲ ସଙ୍ଘରେ ଗଣେଶ ପୂଜା ପାଲିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ଠାରେ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ପୂଜାରେ ବରିଷ୍ଠ ଆଇନଜୀବୀ ଭି ଭି ରମଦାସ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଳେ ଓକିଲ ସଙ୍ଘର ସଭାପତି ଵିଜୟ ମହାନ୍ତି, ଉପସଭାପତି କମଳ କୁମାର ବେହେରା, ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ,ସହ ସମ୍ପାଦକ ସୁଶାନ୍ତ ପଟ୍ଟନାୟକଙ୍କ ସମେତ ନରେଶ ପାଢ଼ୀ,ମାନସ ରଞ୍ଜନ ଡାକୁଆ,ଜୟନ୍ତ ମହାନ୍ତି, ପ୍ରଦୀପ୍ତ ନାୟକ, ବିରୁପାକ୍ଷ ପଣ୍ଡା,ମନୋଜ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଚନ୍ଦ୍ର ଶେଖର ମିଶ୍ର,ବଇଁଶୀ ମହାପାତ୍ର,ହରିଶ୍ଚନ୍ଦ୍ର ମହାରଣା, ରବୀନ୍ଦ୍ର ମିଶ୍ର,ବିଶ୍ୱଜିତ ପଟ୍ଟନାୟକ, ସିଧେଶ୍ୱର ଦାଶ, ଗୋୖରୀ ଶଙ୍କର ବେହେରା, ଚନ୍ଦ୍ର ଶେଖର ପରିଡ଼ା, ସତ୍ୟ ନାରାୟଣ ବେହେରା, ବୀରେନ୍ଦ୍ର ସୁବୁଦ୍ଧି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଦିଲୀପ ବାନାର୍ଜୀ, ଅଶୋକ ବିଷୋୟୀ,ସୁଶାନ୍ତ ପଟ୍ଟନାୟକ,ସୁନିଲ ବେହେରା, ଦୀପକ ମହାପାତ୍ର,ସଦାଶିବ ପାତ୍ର, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ,ବୀଣାପାଣି ପ୍ରଧାନ,ଅନିତା ସାହୁ ପ୍ରମୁଖଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଗଜାନନଙ୍କ ଆଶିଷ ଲାଭ କରିଥିଲେ।ପରେ ପରେ ଓକିଲ ସଂଘ ପକ୍ଷରୁ ଅର୍ଣ୍ଣ ପ୍ରସାଦର ଆୟୋଜନ କରାଯାଇଥିଲା।

ad-week
Leave A Reply

Your email address will not be published.