
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ତାବଲା ଗ୍ରାମର ସାଧୁରାମ ହନ୍ତାଳର ଆଠ ବର୍ଷର ଝିଅ ଜାନକୀ ହନ୍ତାଳ ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ଏକ ବିଷାକ୍ତ ସାପ (କାଲାଟା ) ମଶାରୀ ଭିତରେ ପଶି ଜାନକୀକୁ କାମୁଡ଼ି ଦେବା ପରେ ସେ ଚିତ୍କାର କରି ଉଠିଥିଲା l ପରିବାର ଲୋକେ ସଙ୍ଗେ ସଙ୍ଗେ ଯୋଡ଼ାମ୍ବ ମେଡିକାଲକୁ ଯଦିଓ ଆଣିଥିଲେ କିନ୍ତୁ ସକାଳ ୬ ଘଟିକା ବେଳକୁ ତା’ର ମୃତ୍ୟୁ ହୋଇଥିଲା l ଯୋଡ଼ାମ୍ବ ଥାନାରେ ଦାୟିତ୍ୱରେ ଥିବା ଅତିରିକ୍ତ ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଏକ ମାମଲା ରୁଜୁ କରିବା ସହିତ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି l