
ବ୍ରହ୍ମପୁର : ବ୍ରହ୍ମପୁର ସହର ର ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମ ରେ ଗତ 30/08/22 ତାରିଖ ରେ ପୁଲିସ ଚଢ଼ାଉ କରି ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଥିଲା । ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମ ଏବଂ ସଦର ଏସ ଡି ପି ଓ ଙ୍କ ନିର୍ଦେଶ କ୍ରମେ ଉକ୍ତ ଚଢାଉରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱ ହୋଇଥିଲେ । ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢାଉ ବେଳେ ତିନିଟି କାରଖାନାର ମାଲିକ ନରେନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ ମିଟୁ ସାହୁଙ୍କୁ ଅଟକ ରଖିବା ସହ କାରଖାନାରେ କାର୍ଯ୍ୟରତ ୧୫ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଅଟକ ରଖି ପଚାରା ଉଚରା କରିଥିଲେ ଏହି ସମସ୍ତ ଗୁଟଖା ବ୍ରହ୍ମପୁର ସମେତ ବାହାର ଜିଲ୍ଲା ଓ ରାଜ୍ୟକୁ ବେଆଇନ ଭାବେ ବିକ୍ରି ଲାଗି ପଠାଯାଉଥିଲା l ବହୁ ବର୍ଷଧରି ଏହି ନକଲି କାରଖାନା ଚାଲିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ପୁଲିସ ଏହା ଉପରେ ଚଢ଼ାଉ କରି ସାମଗ୍ରୀ ଜବତ କରିଛି l ଅଭିଯୁକ୍ତ ଙ୍କ ପାଖରେ ବେଆଇନ ଭାବେ ଚାଲିଥିବା ଫାକ୍ଟ୍ରି ର ଉପଯୁକ୍ତ କାଗଜ ପତ୍ର ନଥିବା ହେତୁ ସମସ୍ତ କାରଖାନାକୁ ସିଲ୍ କରିବା ସହ ମାଲିକ ନରେନ୍ଦ୍ର ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଥିବା 28 ଲକ୍ଷ ରୁ ଅଧିକ ଟଙ୍କା କୁ ବ୍ରହ୍ମପୁର ପୋଲିସ ଫ୍ରିଜ କରିଥିବାକୁ ନେଇ ପୋଲିସ ସୂତ୍ରରୁ ଜଣା ପଡିଛି l ଏନେଇ ସଦର ଥାନା ପକ୍ଷରୁ 388/22 , 389/22 , ଏବଂ 390/22 ରେ ତିନୋଟି ପୃଥକ ମାମଲା ରୁଜୁ କରାଯାଇଛି l ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ବେଆଇନ ଭାବେ ଚଲେଇ ଥିବା ଫକ୍ଟ୍ରି ର ମାଲିକ ଦୁର୍ବନ୍ଧ ଅଞ୍ଚଳର ନରେନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ ମିଟୁ ସାହୁ ଙ୍କ ଠାରୁ ନଗଦ 1ଲକ୍ଷ 50 ହଜ଼ାର 100 ଟଙ୍କା ଏବଂ ଉକ୍ତ ଫାକ୍ଟ୍ରି ରେ ବ୍ୟବହାର କରାଯାଉଥିବା ଦୁଇଟି ଟାଟା କମ୍ପାନୀ ର ଗାଡି (OD07 AH 3078 , OD07 AD 3078) ଗୋଟିଏ ଟାଟା ମେଜିକ ଗାଡି (OD07 X 1116) ଗୋଟିଏ ଆପେ କମ୍ପାନୀ ର ଗାଡି ( OD07 J 4771 ) ଏହି ଚାରଟି ଗାଡି କୁ ଜବତ କରିବା ସହ ପୁଲିସ ବିଭିନ୍ନ କମ୍ପାନୀର ସହ ସମସ୍ତ ଗୁଟଖା, ଟ୍ୟାବାକୋ ପତ୍ର, ଧନିଆ, ପାନହୁରୀ, ଧଳା ଚୂନ, ବିଭିନ୍ନ ବ୍ରାଣ୍ଡର ଖାଲି ପଲିଥିନ ପ୍ୟାକ୍, ବିଭିନ୍ନ ବ୍ରାଣ୍ଡର ରିଲ୍ସ, ଓଜନ ମେସିନ୍, ମିଶ୍ରଣ ମେସିନ୍, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ଇତ୍ୟାଦି ଗୁଟଖା ସାମଗ୍ରୀ, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ଜବତ କରିଥିବା ପୋଲିସ ତଥ୍ୟ ଦେଇଛି l ବ୍ରହ୍ମପୁର ପୋଲିସ ଏ ନେଇ ଆହୁରି ତଦନ୍ତ କରୁଥିବା ମଧ୍ୟ୍ୟ ସୂଚନା ମିଳିଛି l ଏଠାରେ ସୂଚନା ଥାଉକି ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ବହୁତ ଶୀଘ୍ର ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି