ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ: ଜିଲାପାଳ

add-all

ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ଦେକାନ ଗୃହ ଓ ସେବାୟତଙ୍କ ଘରଗୁଡିକ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗୁରୁବାର ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହିତ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରି ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ଆଲେଚନା କରିଥିଲେ।

ସେବାୟତମାନେ ଏହି କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ବର ଉନ୍ନତି, ବକୁଳବନ, ପଞ୍ଚସଖା ସମାଧିପୀଠ, ପଞ୍ଚଶଖା ପାଠାଗାର, ସିଦ୍ଧବକୁଳପୀଠ ସହିତ ଅନ୍ୟ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ବିଧାୟକ, ଜଣସାଧାରଣ, ସେବାୟତ ମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡିକ ସ୍ଥିର କରାଯିବ ବୋଲି ଜିଲାପାଳ କହିଥିଲେ। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ୱାରା କରାଯିବ ବୋଲି ଜଣାପଡିଛି।

ଆଲେଚନାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ତହସିଲଦାର ଜୟନ୍ତ କୁମାର ଜୟସିଂ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ି, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ସମ୍ପାଦକ ବିଜୟ ନନ୍ଦ, ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ସେବାୟତ କିଶୋରଚନ୍ଦ୍ର ମହାପାତ୍ର, ଶୁଭଦର୍ଶୀ ମହାପାତ୍ର, ଜିତେନ୍ ମହାପାତ୍ରଙ୍କ ସହିତ ସେବାୟତ ସଂଘ କର୍ମକର୍ତ୍ତା ଓ ଅନ୍ୟ ସେବାୟତମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲେଚନା କରାଯାଇ ପ୍ରକଳ୍ପଗୁଡିକ ସ୍ଥିର କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ad-week
Leave A Reply

Your email address will not be published.