ପୁଲିସ୍ କବଜାରେ ଏଟିଏମ୍ ଲୁଟେରା, ପାଣି ଭିତରୁ ଏଟିଏମ୍‌ ବାକ୍ସ ଉଦ୍ଧାର

add-all

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ଚୋରି ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୬ଜଣ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। କୁଆଖିଆ ଥାନା ହରିପୁର ହାଟରେ ଗତ ୨୬ ତାରିଖ ରାତିରେ ହୋଇଥିବା ଏଟିଏମ୍ ଟଙ୍କା ଲୁଟ୍ ଘଟଣାରେ ମଧ୍ୟ ଏମାନଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ଲୁଟେରାଙ୍କୁ କାବୁ କରିବାକୁ ଯାଜପୁର ଏସ୍ପି ରାହୁଲ ପିଆର୍ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଟିଏମ୍ ଲୁଟେରାଙ୍କୁ ଧରିବା ପାଇଁ ଜିଲ୍ଲାର ୩ଜଣ ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଡ଼ଉ କରି ୬ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ କିଛି ଲୁଟ୍ ଟଙ୍କା ମଧ୍ୟ ଜବତ ହୋଇଥିବା କୁହାଯାଇଛି। ଏସବୁ ଘଟଣାରେ ଅଧିକ ଲୁଟେରାଙ୍କ ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବାରୁ ପୁଲିସ୍ ଏ ସଂପର୍କରେ କୌଣସି ତଥ୍ୟ ଦେଇନାହିଁ।
ସୂଚନାଯୋଗ୍ୟ, ନେଉଳପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମକୁ ଗତ ୨୪ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଡ଼ି ନେବା ସହିତ ଏଥିରେ ଥିବା ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ। ସେହିପରି ଏହାର ୨ଦିନ ପରେ ହରିପୁର ବଜାର ଏଟିଏମ୍ ଭଙ୍ଗାଯାଇ ୩ଲକ୍ଷ ୯୨ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଅଭିଯୁକ୍ତମାନଙ୍କୁ ନେଇ ପୁଲସ ଲୁଟ୍ ଏଟିଏମ୍କୁ ରାଣୀପଡ଼ା ନିକଟରୁ ପାଣି ଭିତରୁ ଉଦ୍ଧାର କରିଛି। ଲୁଟେରାମାନେ ଏଟିଏମକୁ ଏକ ମାଙ୍କଡ଼ା ଖଣିରେ ପାଣି ଭିତରେ ପକାଇ ଦେଇଥିଲେ। ଏ ବିଷୟରେ ସବିଶେଷ ସୂଚନା ସାମ୍ବାଦିକ ସମ୍ମିଳନୀରେ ଦିଆଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.