ଅଧିକ ଭଡ଼ା ଆଦାୟ ଘଟଣା: ୮ ବସ୍‌ରୁ ୮୦ ହଜାର ଜରିମାନା ଆଦାୟ

add-all

ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍‌ ମାଲିକଙ୍କ କବଜାରେ ଜିଲ୍ଲା ପରିବହନ ବିଭାଗ ରହିଥିବାବେଳେ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡ଼ା ଠାରୁ ଢେର ଅଧିକ ଭଡ଼ା ନେଉଥିବା ନେଇ ‘ସମ୍ବାଦ’ ଖବର କାଗଜରେ ଖବର ପ୍ରସାର ହେବାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାତ୍ରୀବାହୀ ବସ୍‌ର ଇନସୁରାନ୍ସ, ଫିଟ୍‌ନେସ, ପରମିଟ ଏବଂ ବୈଧ ଲାଇସେନ୍ସ ନଥିବା ଅଧିକାଂଶ ବସ ଯାତ୍ରୀ ପରିବହନ କରୁଥିବା ହେତୁ ବଡ଼ବିଲ ଆଞ୍ଚଳିକ ପରିବହନ ବିଭାଗର ସହକାରୀ ଆଂଚଳିକ ପରିବହନ ଅଧିକାରୀ ପ୍ରତାପ ବେହେରାଙ୍କ ନିର୍ଦ୍ଦେଶରେ ଆଜି ଜୁନିଅର ଏମଭିଆଇ ଦୁର୍ଗାପ୍ରସାଦ ରାଓଙ୍କ ନେତୃତ୍ବରେ ଆଜି ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚ ସମୟରେ ୮ ଟି ଯାତ୍ରୀବାହୀ ବସର ପରମିଟ୍ ଭାଓଲେସନ୍ ଓ ବସରେ ରେଟ୍ ଚାଟ୍ ଲାଗି ନଥିବାରୁ ପ୍ରତି ଗାଡ଼ିରୁ ୧୦ ହଜାର ଟଙ୍କା ଲେଖାଏଁ ସମୁଦାୟ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଖୁବ୍‌ ଶୀଘ୍ର ବସଷ୍ଟାଣ୍ଡ ଓ ବସ୍‌ ଭିତରେ ବସଭଡ଼ା ନେଇ ସମସ୍ତ ସୂଚନା ପ୍ରଦାନ କରାଯିବା ସହ ଏହି ଯାଞ୍ଚ କାର୍ଯ୍ୟ ଏବେ ଲଗାତର ଭାବେ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ଅହକାରୀ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.