ଆହତ ଯୋଗୁ ରବିନ୍ଦ୍ର ଜାଡେଜା ଏସିଆ କପ୍‌ର ବାକି ମ୍ୟାଚ୍‌ରୁ ବାଦ୍‌

add-all

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟ ଖେଳୁଥିବା ଭାରତକୁ ବଡ଼ ଝଟ୍‌କା ଲାଗିଛି। ଆହତ ହେବା ଯୋଗୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାକି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି।

ବିସିସିଆଇ କହିଛି, ଅଖିଳ ଭାରତୀୟ ଚୟନ ସମିତି ଜାରି ଥିବା ଏସିଆ କପ୍‌ରେ ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ଦେଇଛି।

ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ତାଙ୍କୁ ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମ୍‌ ପରୀକ୍ଷା କରୁଛି। ଅପରପକ୍ଷେ ତାଙ୍କ ସ୍ଥାନରେ ଅକ୍ଷରଙ୍କୁ ସୁଯୋଗ ମିଳିଛି। ସେ ଶୀଘ୍ର ଦୁବାଇରେ ଦଳ ସହ ସହ ଯୋଡ଼ି ହେବେ।

କହିରଖୁଛୁ, ଆଇପିଏଲ୍‌ ୨୦୨୨ରେ ଜାଡେଜା ଆହତ ହୋଇ କିଛି ମ୍ୟାଚ୍‌ରୁ ବାଦ ପଡ଼ିଥିଳେ। ଏହାପରେ ଇଂଲଣ୍ଡ ଗସ୍ତ ବେଳେ ସେ କମ୍‌ବ୍ୟାକ୍‌ କରିଥିଲେ। ସେବେଠାରୁ ସେ ଭଲ ଫର୍ମରେ ଥିବା ବେଳେ ଏବେ ହଠାତ ସେ ବାହାରିବା ଦଳ ପାଇଁ କୌଣସି ଝଟକା ଠାରୁ କମ୍‌ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.