ମାଛ ଧରୁ ଧରୁ ଜାଲରେ ଲାଗିଲା ନାବାଳିକାର ମୃତ ଦେହ

add-all

ଜଳେଶ୍ୱର: ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଦେଇଥିଲା ବେଳେ ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗି ଥିବା ଦେଖିବାକୁ ପାଇଥିଲେ ।

ବୁଲୁ ଏକଥା ସଂଗେ ସଂଗେ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ । ଗ୍ରାମବାସୀ ସଂଗେ ସଙ୍ଗେ ବାଲିଆପାଳ ଥାନାକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଥିଲା ବେଳେ । ନାବାଳିକାଟିକୁ ହତ୍ୟାକରି କେହି ଫିଙ୍ଗି ଦେଇଛି ନା ଆଉ କଣ ତଦନ୍ତ ପରେ ଫିଟିବ ଗୁମର ।

ad-week
Leave A Reply

Your email address will not be published.