ମାଲକାନଗିରି ମହାବିଦ୍ୟାଳୟରେ ଆଜି ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳିତ

add-all

ମାଲକାନଗିରି,୫।୯ : ମାଲକାନଗିରି ମହାବିଦ୍ୟାଳୟ ଠାରେ ଆଜି ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲି ରାଧାକ୍ରିଷାଙ୍କ ଜନ୍ମ ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଛି। ଏହି ସଭାରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅରୁଣ କୁମାର ପାଣ୍ଡରାଙ୍ଗୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଗୁରୁଦିବସର ମହୋତ୍ସବ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଉତ୍ତମ ନାଗରିକ ହେବା ସହିତ ଗୁରୁଙ୍କ ଠାରୁ ଗ୍ରହଣ କରିଥିବା ଶିକ୍ଷାକୁ ନିଜର କର୍ମ କ୍ଷେତ୍ରରେ ବିନିଯୋଗ କରିବାକୁ ମତ ବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀ ମାନେ ସର୍ବପଲ୍ଲୀ ରାଧାକ୍ରିଷାଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜା କରିବା ସହିତ ଗୁରୁଦିବସ ଉପଲକ୍ଷେ ମହାବିଦ୍ୟାଳୟର ସମସ୍ତ ଗୁରୁଙ୍କ ଠାରୁ ନିଜର ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲିପସାରାଣୀ ନାୟକ ପରିଚାଳନା କରିଥିଲେ। ଅନୁରୂପ କ୍ରମେ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଗୁରୁ ଦିବସ ପାଳନ କରିଥିଲେ।

ad-week
Leave A Reply

Your email address will not be published.