ପ୍ରେମ କରିବା ମହଙ୍ଗା ପଡିଲା : ପିଟି ପିଟି ହତ୍ୟା, ମାଟିରେ ପୋତିଲେ, ୧୦ଦିନ ପରେ ଶବ ଜବତ

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ରୁ ପ୍ରକାଶ ଯେ ତଳିପଡ଼ା ଗ୍ରାମର ଜଣେ ଯୁବତୀ କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଯୁବକ ଭଲ ପାଇ ଆସୁଥିଲା। ଏହାକୁ ଝିଅଙ୍କ ପରିବାର ଲୋକ ବିରୋଧ କରୁଥିଲେ। ଗତ ୨୬ ତାରିଖ ଦିନ ଉକ୍ତ ଯୁବକ କୁ ଝିଅ ଗ୍ରାମକୁ ଡାକିଥିଲା ପୂର୍ବ ନିର୍ଦ୍ଧାରିତ ଅନୁଯାଇ ଝିଅ ର ପରିବାର ଲୋକ ଶୁକଦେବ ମୁଦୁଲି କଥା ହେବା କହି ନିକଟସ୍ଥ ଜଙ୍ଗଲ କୁ ନେଇ ହତ୍ୟା କରି ମାଟିରେ ପୋତି ଦେଇଥିଲେ। ସେହି ଦିନ ଠାରୁ ଶୁକଦେବ ଘରକୁ ନଯିବାରୁ ଥାନା ରେ ଏକ ନିଖୋଜ ଏତଲା ଦେଇଥିଲେ। ପୁଲିସ ଖୋଜା ଖୋଜି କରୁଥିବା ବେଳେ ସୋମବାର ବାଲିଗୁଡ଼ା ପୁଲିସ କୁ ସୁରାକ ମିଳିଥିଲା। ଏହା ପରେ ଝିଅ ର ପରିବାରକୁ ପଚରା ଉଚରା ପରେ ହତ୍ୟା ହୋଇଥିବା ଜଣାପଡିଥିଲା। ଏହି ମାମଲାରେ ଦୁଃଶାସନ ମଲିକ, ଗିରିଶ ମଲିକ, ଓ ନିଲବନ୍ତ ମଲିକ କୁ ଥାନା କେସ ନମ୍ବର ୧୯୨/୨୨ରେ ଗିରଫ କରି କୋର୍ଟ ଚାଲାଣ କରିଛି। ମାଟି ତଳୁ ଉଦ୍ଧାର କରାଯାଇଥିବା ମୃତ ଦେହକୁ ଜବତ କରି ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ ଏଫ୍ ଏମ୍ ଟି ବିଭାଗ କୁ ପଠାଯାଇଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.