
ଚିତ୍ରକୋଣ୍ଡା: ମାଲକାନଗିରି ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ସମାରୋହ ଅବସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ ହେଲେ ଚିତ୍ରକୋଣ୍ଡା ବ୍ଲକ ର ତିନି ଶିକ୍ଷକ ସେମାନେ ହେଲେ ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠି, ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ସରୁ ଏବଂ ପାପରମେଟେଲା ପଞ୍ଚାୟତ ଯନ୍ତାପାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରି ବେହେରାଙ୍କୁ ଗୁରୁ ଦିବସ ସମାରୋହ ଅବସରରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ ଉକ୍ତ ଆଦର୍ଶ ଶିକ୍ଷକ ମାନଙ୍କୁ ମାନ ପତ୍ର ସହ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି l ଚିତ୍ରକୋଣ୍ଡା ବ୍ଲକର ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମ୍ନାନୀତ ହୋଇଥିବା ଖବର ପାଇ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଉକ୍ତ ଶିକ୍ଷକମାନେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଦର୍ଶ ଶିକ୍ଷକ ରୂପେ ବିବେଚନା ହୋଇଛନ୍ତି l