ପଶ୍ଚିମ ଓଡ଼ିଶାର ନୁଆଁଖାଇ ଏକ ନିଆରା ପର୍ବ…

add-all


ଉମରକୋଟ : ନୁଆଁ ଖାଇ ପର୍ବ ଏହା ଏକ ଗଣପର୍ବ ଭାବେ ପଶ୍ଚିମ ଓଡିଶା ରେ ବହୁ ଆଡମ୍ବର ଭାବେ ପାଳିତ ହୋଇଥାଏ l ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତରଗତ କୁଡ଼ାବେଡ଼ା ପଞ୍ଚାୟତ କଳିଆପଦରର ଦେବୀ ମା ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳ ର ଯୁବକ ଯୁବତୀ ବୁଡ଼ା ବୁଡ଼ି ଓ ଗ୍ରାମର ସବୁ ଗୃହଣି ମାନେ ପାରମ୍ପରିକ ନୃତ୍ୟ ଯାହାକି କାନ୍ଦରେ କାନ୍ଦ ମିଳେଇ ହାଥକୁ ହାତ ଦେଇ ଭାଇ ଚାରା ମାନି ପୁଣି ଆଗାମୀ ବର୍ଷ ପାଇଁ ଆହୁରି ଯେପରି ସମସ୍ତେ ମିଶି ଏହି ନୂଆଖାଇ ପର୍ବକୁ ମନାଇ ପାରିବେ ଗ୍ରାମ ଦେବୀ ମାଙ୍କ ପାଖରେ ପ୍ରାର୍ଥନା ଜଣାଇ ନାଚ ଗୀତ ସହିତ ହସ ଉଲ୍ଲାସ ହୋଇ ଏହି ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ପାଳିତ କରିଥିବା ଦେଖିବାକୁ ମିଳିଛି , ସମସ୍ତେ ନୂଆ କପଡ଼ା ପିନ୍ଦି ନିଜ ନିଜ ଆରଧ୍ୟ ଦେବ ଦେବୀ ପାଖରେ ଧୂପ ଦୀପ ଦେଇ ନଡ଼ିଆ ଭାଙ୍ଗି ପୂଜା କରି ନିଜର ପରିବାର ଯେମିତି ବର୍ଷ ସାରା ଭଲରେ କାଳତିପାତ କରିପାରେ ସେଥିପାଇଁ ପ୍ରାର୍ଥନା କରି ନୂଆ ଧାନର ଚୂଡ଼ା ଜଣେ ଆଉ ଜଣଙ୍କୁ ଘରେ ଦେଇ ଭାଇଚାରାର ପରିଚୟ ଦେଇ ଆଗାମୀ ବର୍ଷ ଯେମିତି ପୁଣି ସମସ୍ତେ ମିଳିମିଶି ନୂଆଖାଇ ପର୍ବ ମନାଇ ପାରିବି ଗୁରୁଜଣଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି l ଗୁରୁଜନ ଓ ବୟସ୍କ ମାନଙ୍କ ପାଦ ଛୁଇ ମୁଣ୍ଡିଆ ମାରି ଆଶ୍ରିବାଦ କାମନା କରିଥିଲେ ପରିବାର ସଦସ୍ୟ

ad-week
Leave A Reply

Your email address will not be published.