୨୫ ରେ ହେବ କଟକର ବୁଢ଼ା ଗଣେଶ ମୂର୍ତି ବିସର୍ଜନ

add-all

କଟକ: କଟକର ସମସ୍ତ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ଲଗାତାର ତିନୋଟି ରବିବାର ଅର୍ଥାତ୍ ୪,୧୧ ଓ ୧୮ ତାରିଖରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରମ୍ପରା ଅନୁଯାୟୀ ଵୁଢା ଗଣେଶଙ୍କ ବିସର୍ଜନ ଦ୍ୱିତୀୟା ଘାଣ୍ଟ ପରେ କରାଯାଇଥାଏ ବୋଲି ଏଥିପାଇଁ ଵିଵାଦ ଦେଖା ଦେଇଥିଲା।

ଏଥିପାଇଁ କଟକ ନଗର ଵୁଢାଗଣେଶ ପୂଜା ସମିତି ପକ୍ଷରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ବିଚାର କରି ୧୮ ପରିବର୍ତ୍ତେ ୨୫ ତାରିଖରେ ଵୁଢା ଗଣେଶ ବିସର୍ଜନ କରାଯିଵ ଵୋଲି ହାଇକୋର୍ଟ ଆଜି (ମଙ୍ଗଳବାର) ଗୁରତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଓ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପରେ ଆୟୋଜନ କମିଟି ପକ୍ଷରୁ ଆଶ୍ୱସ୍ତି ପ୍ରକାଶ ପାଇଛି । 

ad-week
Leave A Reply

Your email address will not be published.