ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

add-all

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ଘଟଣା। ଶଙ୍ଖା ସିନ୍ଦୁର ଦାବିରେ ଗତକାଲିଠାରୁ ଧାରଣା ଦେଇ ପ୍ରେମିକା ବସି ରହିଥିବା ଦେଖିବାକୁ ମିଳିଛି। ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗାଁର ପ୍ରେମିକ ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ରଖିଥିଲେ।

ତା ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କଠାରୁ ପ୍ରେମିକ ଜଣକ ଲକ୍ଷାଧିକ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପ୍ରେମିକ ଜଣକ କିଛି ଦିନ ହେଲାଣି ଧରାଛୁଆଁ ଦେଉନାହାନ୍ତି। ଫୋନ୍‌ ବ୍ଲକ୍‌ କରିବା ସହ ଅନ୍ୟ କୌଣସି ନମ୍ବରରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ଗାଳିଗୁଲଜ ସହ ହତ୍ୟା ଧମକ ମିଳୁଥିବା ପ୍ରେମିକା ଜଣକ ଅଭିଯୋଗ କରିଛନ୍ତି। ପ୍ରେମିକ ସଞ୍ଜୟ ଫେରାର ରହିଛି।

ad-week
Leave A Reply

Your email address will not be published.