କାଠ ଯୋଡ଼ିକୁ ଗାଧୋଇ ଯାଇଥିଲେ ୩ ଭାଇ; ବୁଡ଼ିଗଲା ବଡ଼ ଭାଇ

add-all

କଟକ: ତିନି ଭାଇ ସାଙ୍ଗ ହୋଇ ଗାଧୋଉଥିଲେ। ଚାହୁଁ ଚାହୁଁ ଦୁଇ ଭାଇଙ୍କ ଆଖି ଆଗରେ ବୁଡ଼ି ଗଲେ ବଡ଼ ଭାଇ। ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠଯୋଡି ନଦୀରେ ଏହି ଅଘଟଣ ଘଟିଛି। ଖବର ପାଇଁ ପରିବାର ଲୋକେ ପହଞ୍ଚିବା ପରେ ନଦୀ ତୁଠ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ପରେ ମୃତଦେହ ଠାବ କରିଥିଲା।

ମୃତକ ଜଣକ ବାଦାମବାଡ଼ି ଅମ୍ବିକା ଲେନର ବିଶ୍ୱ ରଞ୍ଜନ ରାଉତ(୧୭)। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ହୀରାକୁଦରୁ ବନ୍ୟା ପାଣି ଛଡ଼ାଯିବା ବନ୍ଦ ହୋଇଯାଇଥିଲେ ହେଁ ଏବେବି କାଠଯୋଡ଼ି ନଦୀ ଜଳପୂର୍ଣ୍ଣ ରହିଛି। ଗାଧୋଇବାର ମଜା ନେବା ନିମନ୍ତେ ଆସୁଥିବା ଅନେକଙ୍କ ନିମନ୍ତେ ଏହା ଘାତକ ସାଜୁଛି। ଗୋଟାଏ ପରେ ଗୋଟାଏ ଜୀବନ ଯିବା ଚିନ୍ତାର ବିଷୟ ହୋଇଛି।

ad-week
Leave A Reply

Your email address will not be published.