ଦାରିଙ୍ଗବାଡ଼ି ବ୍ଳକରେ ପ୍ରୌଢଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

add-all

ଦାରିଙ୍ଗବାଡ଼ି,(୫/୯) : ଦାରିଙ୍ଗବାଡ଼ି ବ୍ଳକର ୪ଟି ଗ୍ରାମ ପଞ୍ଚାୟତରେ ନିରକ୍ଷର ବୃଦ୍ଧବୃଦ୍ଧାଙ୍କୁ ସ୍ୱାକ୍ଷର କରିବା ପାଇଁ ଗ୍ରେସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଷ୍ଟର ସଭାଗୃହରେ ପ୍ରୌଡ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଗ୍ରୀନବାଡ଼ି ସରପଞ୍ଚ ସୁନିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରୌଡ଼ ଶିକ୍ଷା କାର୍ଯ୍ୟକ୍ରମ ବ୍ଳକର ୪ଟି ଗ୍ରାମ ପଞ୍ଚାୟତ ଦାରିଙ୍ଗବାଡି, ଦାନେକବାଡ଼ି, ଗ୍ରୀନବାଡ଼ି ଓ ସ୍ୟାଙ୍ଗବାଲିର ୧୫ଟି ଗ୍ରାମର ୪୫୦ ଜଣ ନିରକ୍ଷର ବୃଦ୍ଧବୃଦ୍ଧାଙ୍କୁ ସ୍ୱାକ୍ଷର କରିବା ଯୋଜନା ପ୍ରସ୍ତୁତି ହୋଇଛି। ଏଥି ପାଇଁ ୧୫ଜଣ ସ୍ବେଛାସବୀ ନିଯୁକ୍ତି ପାଇଥିବା ପ୍ରକାଶ ପାଇଛି । ଉକ୍ତ ୧୫ଜଣ ସ୍ବେଛାସବୀଙ୍କୁ ତଦାରଖ କରିବା ପାଇଁ ତିନିଜଣ ପ୍ରକଳ୍ପ ଅଧିକାରୀ ରହିଛନ୍ତି। ୧୦ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ୧୫ଟି ଗ୍ରାମର ୪୫୦ ଜଣ ବୃଦ୍ଧବୃଦ୍ଧାଙ୍କୁ ସ୍ୱାକ୍ଷର କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରୌଡ଼ ଶିକ୍ଷା ପ୍ରଦାନ କରିବା ନେଇ ଆନୁଷଙ୍ଗିକ ସମସ୍ତ ଉପକରଣ ସହିତ ନଥିପତ୍ର ସ୍ବେଛାସବୀଙ୍କୁ ପ୍ରଦାନ କରାଗଲା। କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ରେଭେରେଣ୍ଟ ବିକ୍ରମ ଦିଗାଲ ପ୍ରଦାନ କରିଥିଲା ବେଳେ, ଅତିଥି ପରିଚୟ ରେଭ୍ରେଣ୍ଟ ପୁରେଶ ପ୍ରଧାନ ଏବଂ ଧନ୍ୟବାଦ ଅର୍ପଣ ରେଭ୍ରେଣ୍ଟ ସୁନିଲ କୁମାର ପ୍ରଧାନ କରିଥିଲେ।

ad-week
Leave A Reply

Your email address will not be published.