
ଚିତ୍ରକୋଣ୍ଡା(୦୬/୦୯): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଟନେଲକ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ) ଆନୁକୂଲ୍ୟରେ ଟନେଲକ୍ୟାମ୍ପ ଅଙ୍ଗନବାଡି କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶୁଭସ୍ମିତା ବେହେରାଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ ଅଙ୍ଗନବାଡି କର୍ମି ସଂଯୁକ୍ତା ସାମଲ ଏମବିକେ ଅମଲା ମାଝୀଙ୍କ ସହଯୋଗରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଛି l ଇତି ଅବସରରେ ଏକକାଳୀନ ସଚେତନତା ସଭା, ପୃଷ୍ଟିକର କଞ୍ଚା ଏବଂ ରନ୍ଧା ତିଆରି ଖାଦ୍ୟ ପଦାର୍ଥ ର ପଦର୍ଶନୀ ଏବଂ ଶୋଭାଯାତ୍ରା ମାଧ୍ୟମରେ ଏକ ସଚେତନତାର ବାତାବରଣ ସୃଷ୍ଟି କରାଯାଇଥିଲା l ସାଧାରଣ ସଭାରେ ବିଭିନ୍ନ ପୃଷ୍ଟିକର ପନିପରିବା ଏବଂ ଖାଦ୍ୟ ପଦାର୍ଥ ରଖି ଚି଼ହ୍ନଟିକରଣ ଯଥା କଞ୍ଚା ପରିବା, ଡାଲି ଜାତୀୟ ଦ୍ରବ୍ୟ, ଶାଗ ଜାତୀୟ, ସୁଆଁ ଏବଂ ମାଣ୍ଡିଆ ଭଳି ବହୁ ଖାଦ୍ୟ ପଦାର୍ଥ ପ୍ରଦର୍ଶନୀ କରାଯାଇଥିଲା l କେଉଁ ଖାଦ୍ୟ ପଦାର୍ଥ କେତେ ପରିମାଣରେ ଖାଇବା ଆବଶ୍ୟକ ପରାମର୍ଶ ଦିଆଯିବା ସହିତ ଟନେଲକ୍ୟାମ୍ପ ଅଙ୍ଗନବାଡି କେନ୍ଦ୍ର ଠାରୁ ଏକ ସଚେତନତା ଶୋଭାଯାତ୍ରା ଟନେଲକ୍ୟାମ୍ପ ଗ୍ରାମ ପରିକ୍ରମା କରି ପୋଷଣ ସମ୍ପର୍କରେ ସଚେତନତା କରାଯାଇଥିଲା l ଜଣେ ମହିଳା ପାଇଁ ମାଣ୍ଡିଆ ତିଆରି ଖାଦ୍ୟର ଆବଶ୍ୟକତା ରହିଛି ମାଣ୍ଡିଆରେ ବହୁଳ ମାତ୍ରରେ ଆଇରନ ରହିଛି ଏଥିସହ ଶରୀରକୁ ପୁଷ୍ଟି ଖାଦ୍ୟ ମଧ୍ୟ ଯୋଗାଉଛି l ଯାହାକି ଜଣେ ଶିଶୁ, ଗର୍ଭବତୀ ଓ ପ୍ରଶ୍ରୁତି ମହିଳା ଏବଂ କିଶୋରୀ ବାଳିକା ମାନଙ୍କ ପାଇଁ ନିହାତି ଆବଶ୍ୟକ l କେବଳ ଯେ ମାଣ୍ଡିଆ କୁ ମାଣ୍ଡିଆ ପେଜ କିମ୍ୱା ଖିରି କରି ଖାଇବା ଏକ ମାତ୍ର ବ୍ୟବହାରର ଉପାୟ ନୁହେଁ,ମାଣ୍ଡିଆର ଚାହିଦା ତଥା ସ୍ୱାସ୍ଥ୍ୟ ଉପଯୋଗୀ ଉପାଦେୟତାକୁ ଦୃଷ୍ଟିରେ ରଖି ମାଣ୍ଡିଆକୁ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରି ବହୁ ପ୍ରକାରର ଜଳଖିଆ ଓ ଖାଦ୍ୟ ପଦାର୍ଥ ତିଆରି କରି ଖାଇବାକୁ ପରାମର୍ଶ ଦିଆଯାଇଥିଲା, ମାଣ୍ଡିଆ ତିଆରି କରି ଖାଇବା ଦ୍ଵାରା ପୋଷଣ ଦୂର ହୋଇ ପାରିବ ବୋଲି ଆଲୋଚନା ହୋଇଥିଲା l ନିଜ ହାତ ପାହାନ୍ତାରେ ନିଜ ଘର ଚାରି ପାଖରେ କମ ଜାଗାରେ ବିଭିନ୍ନ ପନିପରିବା ବାଇଗଣ, ଅମୃତ ଭଣ୍ଡା,କଖାରୁ, କଲରା, ଜହ୍ନି,ସଜନା ଶାଗ,ସଜନା ଛୁଇଁ,ଫଳ ଇତ୍ୟାଦି କରି ନିଜେ ବ୍ୟବହାର କରି ଖାଇ ପାରିବ l ପୋଷଣ ସପ୍ତାହ ଅବସରରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ ନିମନ୍ତେ ବିଭିନ୍ନ ଖାଦ୍ୟପେୟ ସମ୍ପର୍କରେ ସଭା, ପ୍ରଦର୍ଶନୀ ଓ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଯାଇଥିଲା l