ଅଂଶୁମାନ ହେଲେ ୟୁଥ୍ ଫର୍ ଏକ୍ସନର ନୂତନ ରାଜ୍ୟ ସମ୍ପାଦକ

add-all

ଫୁଲବାଣୀ : ରାଜ୍ୟର ଏକ ପ୍ରମୁଖ ସଂଗଠନ ୟୁଥ୍ ଫର୍ ଏକ୍ସନର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କଲେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଜଣାଶୁଣା ସାମଜସେବୀ ଅଂଶୁମାନ ପ୍ରିୟଦର୍ଶନ। ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ୟୁଥ୍ ଫର୍ ଏକ୍ସନର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ସଂଗଠନର ନେତୃତ୍ଵ ତଥା କାର୍ଯ୍ୟକୁ ଆଖି ଆଗରେ ରଖି ସଂଗଠନର ରାଜ୍ୟ ସଭାପତି ଦେବାଶିଷ ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁଜିତ୍ ସିଂହ ଅଂଶୁମାନଙ୍କୁ ରାଜ୍ୟ ସମ୍ପାଦକ ଭାବେ ଏକ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ଏଥି ପାଇଁ ସେ ସଂଗଠନର ମୁଖିଆ ତଥା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେବ ସହ ସେ ତାଙ୍କ ଦାୟିତ୍ଵକୁ ନିଜ ଦକ୍ଷତା ବଳରେ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅଂଶୁମାନଙ୍କ ଏହି ସଫଳତା ପାଇଁ ବୁଦ୍ଧିଜୀବୀଙ୍କ ମହଲରୁ ଶୁଭେଚ୍ଛାର ସୁଅ ଚୁଟିବା ସହ ଆଗାମୀ ଦିନରେ କିଭଳି ଅନ୍ୟ ସଫଳତା ପାଇ ପାରିବେ ସେଥି ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.