ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ ,ଭାଙ୍ଗିଛି ୧୪ ହଜାରରୁ ଅଧିକ ଘର

add-all

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ। ଅଗଷ୍ଟରେ ଆସିଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତରେ ୧୪ ହଜାର ୨୩୫ ଘର ଭାଙ୍ଗିଛି। ୫ ହଜାର ୩୬ ହେକ୍ଟର ଚାଷଜମି ବାଲିଚର, ୧୧୨୫ ଡଙ୍ଗା ଓ ଜାଲ କ୍ଷତିଗ୍ରସ୍ତ ହୋଇଛି। ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ହାନୀ ହୋଇଛି। ଜିଲ୍ଲାପାଳମାନଙ୍କ କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୨୮ କୋଟି ୫୮ ଲକ୍ଷ ଟଙ୍କାର ମଞ୍ଜୁର କରାଯାଇଛି।

ରାଜ୍ୟରେ ଅଗଷ୍ଟ ମାସରେ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତରେ ବହୁ କ୍ଷୟକ୍ଷତି ହୋଇଥିଲା।

ad-week
Leave A Reply

Your email address will not be published.